ଚାରିବର୍ଷ ହେବ ରୋଗ ଶଯ୍ୟା ରେ ସନ୍ତୋଷ , ସରକାରୀ ଅନୁଦାନ ର ଅପେକ୍ଷାରେ ପରିବାର

0
45
ଅନୁଗୁଳ(ଆଲୋକ ପ୍ରସାଦ/ଆଦ୍ୟାଶା ନ୍ୟୁଜ)ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଗାଁ  ନିବାସୀ ବିରବର ସାହୁଙ୍କ ୩୦ ବର୍ଷ ର ପୁଅ ସନ୍ତୋଷ ସାହୁ ଙ୍କ ଶରୀର ଦିନକୁ ଦିନ ଦୁର୍ବଳ ହୋଇ କ୍ଷୀଣ ହେବାରେ ଲାଗିଛି । ଯାହା ଫଳରେ ସନ୍ତୋଷଙ୍କ ଶରୀର ସୁଖୀ କି କଣ୍ଟାରେ ପରିଣତ ହେଲାଣି ।ଦିନ ଥିଲା ସାଙ୍ଗ ସାଥି , ବନ୍ଧୁ ପରିଜନ ଓ ପରିବାରଙ୍କ ସହିତ ହସ ଖୁସିରେ ବିଟୁଥିଲା ସନ୍ତୋଷ ଙ୍କ ଜୀବନ । ହଟାତ ଦିନେ ସନ୍ତୋଷ ଙ୍କ ଜୀବନ ରେ ଘୋଟି ଆସିଲା କଳା ବାଦଲ । ସେ ଆଜକୁ ୪ ବର୍ଷ ତଳେ ସାଙ୍ଗ ସାଥୀଙ୍କ ଗହଣରେ ଖେଳୁଥିବା ସମୟରେ ହଟାତ ପଡିଯାଇଥିଲେ , ଯାହା ଫଳରେ ତାଙ୍କ ତଳିପେଟରେ ମାଡ଼ ହୋଇ ମୂତ୍ର ନଳୀ ରେ ମଧ୍ୟ ମାଡ଼ ହୋଇଥିଲା ।
ଯାହା ଫଳରେ ସେ ପରିସ୍ରା କରିବା ସମୟରେ ବହୁତ କଷ୍ଟ ଅନୁଭବ କରୁଥିଲେ । ଏଥିପାଇଁ ତାଙ୍କ ବାପା ମା ପୁଅ ର ଆରୋଗ୍ୟ କାମନା ପାଇଁ , ସ୍ଥାନୀୟ ଅନୁଗୁଳ ଡାକ୍ତର ଖାନା ଠାରୁ କଟକ ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ନେଇଥିଲେ ବି କିଛି ସୁଫଳ ମିଳିନାହିଁ । ଅନ୍ୟପଟେ ପରିବାର ଲୋକେ ନିଜ ଘରଡ଼ିହ, ଜମି ବନ୍ଧକ ରଖି, ସଞ୍ଚିତ ଅର୍ଥ କୁ ଖର୍ଚ୍ଚ କରି ମଧ୍ୟ କିଛି ସୁଫଳ ନ ମିଳିବାରୁ ସନ୍ତୋଷ କୁ ନିଜ ଘରେ ରଖି ଦୁଃଖ କଷ୍ଟ ଭୋକ ଉପାସ ରେ ରହି ତାଙ୍କ ଔଷଧ ଖର୍ଚ୍ଚ ବାବଦ କୁ ମାସରେ ୨୦୦୦ ଟଙ୍କା ଖର୍ଚ୍ଚ କରି ଆସୁଥିଲେ ଯାହାକି ଏବେ ସେମାନେ ଏହି ୨୦୦୦ ଟଙ୍କା ଖର୍ଚ୍ଚ କରିବାରେ ଏବେ ଅକ୍ଷମ ହୋଇଗଲେଣି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ଯୋଜନା କିମ୍ବା ଭାରତ ସରକାରଙ୍କ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରୁ ବଂଚିତ ଏହି ପରିବାର । ଏଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସନ୍ତୋଷଙ୍କ ଚିକିତ୍ସା ପାଇଁ ଯଦି ଆଗେଇ ଆସନ୍ତେ ତେବେ ତାଙ୍କ ପରିବାର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ଚିର ରୁଣୀ ହୋଇ ରହିବେ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here