ଚଳିତ ନିର୍ବାଚନରେ ଭୋଟର ମାନଙ୍କୁ ସଚେତନତା ପାଇଁ ନିଆଯାଇଛି ପର୍ୟାପ୍ତ ପଦକ୍ଷେପ : ଜିଲ୍ଲାପାଳ

0
122

ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ / ଆଦ୍ୟାଶା ନ୍ୟୁଜ): ଆସନ୍ତା ୧୧ ତାରିଖ ଦିନ ଗଜପତି ଜିଲ୍ଲାର ୨ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାରଳାଖେମୁଣ୍ଡି ଓ ମୋହନାରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଭୋଟର ମାନଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ ସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ସାମ୍ୱାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ ଅନୁପମ ସାହା କହିଥିଲେଯେ ଭୋଟର ମାନଙ୍କୁ ନିର୍ବାଚନରେ ଭୋଟ ଦାନ କରିବା ପାଇଁ ସୁଇପ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନା ସୃଷ୍ଟି ଦିଗରେ ମାନ୍ୟବର ନିର୍ବାଚନ କମିଶନ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶାଙ୍କ ପକ୍ଷରୁ ଜାରୀ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସବୁ ହାତକୁ ନିଆଯାଇଛି ।

ଏହି ଅବସରରେ ଗତ ୨୭ ମାର୍ଚ୍ଚରୁ ଏପ୍ରିଲ ୪ ମଧ୍ୟରେ ଜିଲ୍ଲାରେ ଥିବା ଜିଲ୍ଲା କଳା ସାଂସ୍କୃତିକ ଓ ବ୍ଲକ କଳା ସାଂସ୍କୃତିକ ସଂଗଠନନ ପକ୍ଷରୁ ବିଭିନ୍ନ ପ୍ରକାରର ଲୋକନୃତ୍ୟ ପଥପ୍ରାନ୍ତ ନାଟକ ସବୁ କରାଯାଇଛି । ଏଭଳି କାର୍ଯ୍ୟକ୍ରମ ଜିଲ୍ଲା ବ୍ୟାପୀ ୯୦ ଟା ସ୍ଥାନରେ କରାଯାଇଛି । ଲୋକନୃତ୍ୟ ପଥପ୍ରାନ୍ତ ନାଟକ ସବୁ କିଭଳି କରାଯିବ ତାର ସମସ୍ତ ଗାଇଡ ଲାଇନ ଆଇନ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆସିଥିଲା । ତାକୁ ଗୀତ ଓ ନାଚ ଆକାରରେ ଲୋକଙ୍କୁ ସଚେତନତା ସୃଷ୍ଟି ପାଇଁ ପ୍ରଚାର କରାଯାଇଥିଲା । ତା ସହିତ ଭୋଟରମାନଙ୍କୁ ଭୋଟଦାନ ପ୍ରତି ଅଧିକ ଆଗ୍ରହର ସଚେତନତା ସୃଷ୍ଟି ପାଇଁ ସାଇକଲ ଶୋଭାଯାତ୍ରା ସମେତ ଏକ ଇସେକସନ କୁଇଜ ରଥ ବାହାରିବ । ରଥ ଜିଲ୍ଲା ସାରା ବୁଲି ରାସ୍ତାର ବିଭିନ୍ନ ସ୍ଥାନରେ ରହି ନିର୍ବାଚନ ଉପରେ କ୍ୟୁଇଜ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରିବ ଏବଂ ଭଲ ଉତ୍ତର ଦେବା ଲୋକଙ୍କୁ ପୁରସ୍କାର ଦିଆଯିବା ସହ ତାକୁ ସମ୍ୱର୍ଦ୍ଧିତ କରାଯିବ କହିଥିଲେ ।

ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବସିଂ ଯୋଗ ଦେଇ ଚଳିତ ନିର୍ବାଚନ ପାଇଁ ଯେତେ ସବୁ ଗାଇଡ ଲାଇନ ରହିଛି ଏବଂ ଯେତିକି ନୁଆ ସୁବିଧା ସବୁ ଆସିଛି ମୁଖ୍ୟ ଦିବ୍ୟାଙ୍ଗ ଭୋଟର ମାନଙ୍କ ପାଇଁ ତାର ସମସ୍ତ ତଥ୍ୟ ସବୁକୁ ସଂଯୋଗ କରି ଆମେ ଜିଲ୍ଲା ସାରା ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ଲୋକମାନଙ୍କୁ ଜଣାଇବୁ ଯେ ଚଳିତ ନିର୍ବାଚନ ବେଳେ ଦିବ୍ୟାଙ୍ଗ ଭୋଟର ମାନଙ୍କୁ କେଉଁ ସବୁ ସୁବିଧା ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ସେ ସମ୍ପର୍କ ରେ ସୂଚନା ଦେଇ ଥିଲେ ।

LEAVE A REPLY

Please enter your comment!
Please enter your name here