ଚର୍ଚ୍ଚା ରେ ଘଷିପୁରା ନିର୍ବାଚନ ମଣ୍ଡଳୀ

0
227

କେନ୍ଦୁଝର (ଆଦ୍ୟାଶ| ନିଉଜ /ସଂଜୀବ ସାହୁ ) -ନିର୍ବାଚନ ଯେତିକି ପାଖେଇ ଆସୁଛି ଗାଁ ଗହଳି ଠାରୁ ବଜାର ସବୁଠି ଦଳ ଦଳ ହୋଇ ବସି କାହାକୁ ଭୋଟ ଦେବା ସେନେଇ ଜୋର୍ ଦାର ଚର୍ଚ୍ଚା ଚାଲିଛି ଖଟିରେ ଏହି ନିର୍ବାଚନ କୁ ନେଇ ଏକ ବିଶେଷ ନିରୀକ୍ଷଣ ପରେ ଚର୍ଚ୍ଚା କୁ ଆସିଛି କେନ୍ଦୁଝର ଜିଲା ର ସମ୍ବେଦଶୀଳ  ଘଷିପୁରା ନିର୍ବାଚନ ମଣ୍ଡଳୀ ଏହି ନିର୍ବାଚନ ମଣ୍ଡଳୀ ରେ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ବିଜେଡ଼ି ର ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଙ୍କ ଇଜତ୍ ର ପ୍ରଶ୍ନ ତେଣୁ ଏହି ନିର୍ବାଚନ ମଣ୍ଡଳୀ କଂଗ୍ରେସ ଏବଂ ବିଜେଡ଼ି ଓ ବିଜେପି ମଧ୍ୟରେ ତ୍ରୀମୁଖି ଲଢେଇ ହେବାର ସମ୍ଭାବନା ସୃଷ୍ଟି ହୋଇଛି ମାତ୍ର ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କଂଗ୍ରେସ ଏବଂ ବିଜେଡ଼ି ମଧ୍ୟରେ ଘୋମଗୋଟ ଲଢେଇ ହେବ ଏବଂ ଏହି ଲଢେଇ ରୁ ବିଜେପି ଫାଇଦା ନେବାକୁ ବସିଥିବା କିଛି ବିଜେପି ନେତୃବୃନ୍ଦ କହିଛନ୍ତି ବିଜେଡ଼ି ର ବଦ୍ରିପାତ୍ର ନବୀନ ବାବୁ ଙ୍କ ସରକାର ରେ ଓଡିଶା ର ବିକାଶ କୁ ନେଇ ନିର୍ବାଚନ ଲଢ଼ୁଥିବା ବେଳେ କଂଗ୍ରେସ ସରକାର ଙ୍କ ଦୁର୍ନୀତି ବେରୋଜଗାର କୁ ଢାଲ କରି ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ନରେନ୍ଦ୍ର ମୋଦିଙ୍କ ସରକାର ଙ୍କ ବିକାଶ ନୀତିକୁ ନେଇ ଲୋକଙ୍କ ପାଖ କୁ ଜିବବୋଲି ବିଜେପି ନେତୃବୃନ୍ଦ ସୂଚନା ଦେଇଛନ୍ତି ସୂଚନା ଅନୁସାରେ ଏହି ନିର୍ବାଚନ ମଣ୍ଡଳୀ ରେ ୧୮୮୧୭୦ ଜଣ ଭୋଟ ର ମତଦାନ କରିବାକୁ ଥିବାବେଳେ ସେଥି ମଧ୍ୟରୁ ୧୧୦୨୫୮ ପୁରୁଷ ମତଦାତା ଏବଂ ୧୦୭୨୩୧ ଜଣ ମହିଳା ମତଦାତା ମତଦାନ କରିବେ ଏହି ନିର୍ବାଚନ ରେ ବଦ୍ରିପାତ୍ର ଲଗାତାର ୨ ଥର ନିର୍ବାଚନ ଜିତଥିଲେ ମଧ୍ୟ ପୁଅ ଦେବାଶିଷ ପାତ୍ର ଙ୍କ ଗୁଣ୍ଡରାଜ୍ ବଦ୍ରି ପାତ୍ର ଙ୍କ ପାଇଁମୁଣ୍ଡବ୍ୟଥା ର କାରଣ ବୋଲି ବହୁ ଜନସାଧାରଣ କହିଛନ୍ତି ବାକି ରହିଲା ନିର୍ବାଚନ ରେ କିଏ ବାଜିମାତ କରୁଛି ନିର୍ବାଚନ ଫଳାଫଳ ପରେ ଜଣା ପଡ଼ିବ

 

LEAVE A REPLY

Please enter your comment!
Please enter your name here