ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ବେଳେ ଧ୍ୱଂସ ହେଲା ଇସ୍ରାଏଲ ମହାକାଶ ଯାନ

0
97

ୟେହୁଦ: ଇସ୍ରାଏଲର ଏକ ମହାକାଶଯାନ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବା ବେଳେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇ ଧ୍ୱଂସ ପାଇଯାଇଥିବା ଜଣାପଡିଛି। ଏହା ପ୍ରଥମେ ପୃଥିବୀ ସହ ଯୋଗାଯୋଗ ହରାଇଥିଲା ଓ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ପରେ ଘରୋଇ ପାଣ୍ଠିରେ ବିଶ୍ୱର ପ୍ରଥମ ଚନ୍ଦ୍ର ଅଭିଯାନକୁ ନେଇ ଇତିହାସ ସୃଷ୍ଟି ପାଇଁ ଉଦ୍ୟମ କରିଥିବା ଇସ୍ରାଏଲର ଆଶା ମଉଳି ଯାଇଥିବା କୁହାଯାଉଛି। ଗୁରୁବାର ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଥିବା ବେଳେ ମହାକାଶଯାନଟି ଗ୍ରାଉଣ୍ଡ କଣ୍ଟ୍ରୋଲ ସହ ଯୋଗାଯୋଗ ହରାଇଥିଲା। କିଛି ମୁହୂର୍ତ୍ତ ପରେ ଅଭିଯାନ ବିଫଳ ହୋଇଥିବା କଥା ଘୋଷଣା କରାଯାଇଥିଲା। ଇସ୍ରାଏଲ ଏରୋସ୍ପେସ ଇଣ୍ଡଷ୍ଟ୍ରିଜ୍‌ର ମହାକାଶ ବିଭାଗର ସାଧାରଣ ପରିଚାଳକ ଓଫେର୍‌ ଡୋରୋନ କହିଛନ୍ତି, ଆମେ ନିଶ୍ଚିତ ରୂପେ ଚନ୍ଦ୍ରପୃଷ୍ଠରେ ଧକ୍କା ଖାଇଛୁ। ଅବତରଣ ପାଇଁ ର୍ନିଦ୍ଧାରଣ କରାଯାଇଥିବା ସ୍ଥାନରେ ଖଣ୍ଡବିଖଣ୍ଡ ହୋଇ ମହାକାଶଯାନଟି ବିଛାଡି ହୋଇ ପଡିଛି। ତେବେ ଅବତରଣ କରିବାର ମୁହୂର୍ତ୍ତେ ଆଗରୁ ମହାକାଶଯାନର ଇଞ୍ଜିନ ବନ୍ଦ ହୋଇଗଲା। ପୁଣି ପାଓ୍ବାର୍‌ ଫେରିବା ବେଳକୁ ମହାକାଶଯାନ ଆଉ ନିରାପଦ ଅବତରଣ ବେଗରେ ନ ଥିଲା। ବିଫଳତାର କାରଣ ର୍ନିଦ୍ଧାରଣ କରିବାକୁ ବୈଜ୍ଞାନିକମାନେ ଉଦ୍ୟମ କରୁଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ବେନଜାମିନ ନେତାନ୍ୟାହୁଙ୍କ ସମେତ ଅନେକ ଦର୍ଶକଙ୍କ ସାମ୍ନାରେ ଓ ଜାତୀୟ ଟେଲିଭିଜନରେ ଏହାର ପ୍ରତ୍ୟକ୍ଷ ପ୍ରସାରଣ ଚାଲିଥିବା ବେଳେ ଦୁର୍ଘଟଣା ଘଟିଥିଲା।

LEAVE A REPLY

Please enter your comment!
Please enter your name here