ଚନ୍ଦାହାଣ୍ଡି ସମ୍ବାଦ ସାହିତ୍ୟ ଘରର ସନ୍ଧ୍ୟା କାଳୀନ କବିତା ଆସର ଓ ଫୋନି ବାତ୍ୟା ପ୍ରପୀଡିତ ଙ୍କ ପାଇଁ ସହାୟତା ବୈଠକ

0
77

ନବରଙ୍ଗପୁର (କାମିନୀ ରଞ୍ଜନ ପାଣ୍ଡେ / ଆଦ୍ୟାଶା ନ୍ୟୁଜ )– ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସମ୍ବାଦ ସାହିତ୍ୟ ଘରର ସନ୍ଧ୍ୟା କାଳୀନ କବିତା ଆସର ପାନାବେଡା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଇ ଯାଇଛି ଏବଂ ଗତ ଫୋନି ଝଡବାତ୍ୟା ର ପ୍ରକୋପ ରେ ପ୍ରପୀଡିତ ଲୋକଙ୍କ ମାନଙ୍କ ସହାୟତା ପ୍ରଦାନ କରିବା ପାଇଁ ଚନ୍ଦାହାଣ୍ଡି ସମ୍ବାଦ ସାହିତ୍ୟ ଘର ଅଣ୍ଟା ଭିଡିଛି। ବନ୍ୟା ପ୍ରପୀଡିତ ଙ୍କ ଆର୍ଥୀକ ସହାୟତା ପ୍ରଦାନ ନେଇ ସମସ୍ତ ସଦସ୍ୟ/ସଦସ୍ୟା ବୃନ୍ଦ ସ୍ବେଛାକୃତ ଭାବରେ ସ୍ୱଇଛାରେ ଦାନ କରିବାକୁ ନିସ୍ପତି ନେଇ ଥିଲେ। ସମାଜ ସେବି ତଥା କବି ସନ୍ତୋଷ କୁମାର ଖମାରୀ ଙ୍କ ଆବାହକତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ତହସିଲଦାର ଦେବବ୍ରତ କରାଟି ଯୋଗ ଦେଇଥିଲେ। ସମାବେଶ ରେ କବି ବିରଞ୍ଚି ଦାସ, ଘାସି ରାମ ଗୌଡ଼, ଚତୁର୍ ଗହିର,ଶରତ ମାଝୀ, ଅକ୍ଷୟ ଗୋପାଳ, ଲୋଚନି ପୂଜା ଠାକୁର, କାଦମ୍ବିନୀ ବେଶ୍ରା ଏବଂ ସାହିତ୍ୟ ଘରର କବି ବୃନ୍ଦ ବହୁ ସଂଖ୍ୟା ରେ ଯୋଗ ଦାନ କରି ଥିଲେ।

LEAVE A REPLY

Please enter your comment!
Please enter your name here