ଘଷିପୁରା ଅଞ୍ଚଳରେ ପାୱାରଟିଲରରେ କଟି ଯୁବକ ଗୁରୁତର

0
78

କେନ୍ଦୁଝର (ସଂଜୀବ ସାହୁ/ଆଦ୍ୟାଶ ନିଉଜ):କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଖାଲପାଳ ଗ୍ରାମରେ ପାୱାରଟିଲର ଯୋଗେ ହଳ କରୁଥିବା ବେଳେ ଅଘଟଣ, ଯୁବକ ଗୁରୁତର । ଖବର ଅନୁଯାୟୀ ଉକ୍ତ ଗ୍ରାମର ଜିତରାୟ ଟୁଡୁ(୩୫) ନାମକ ଜଣେ ଯୁବକ ଆଜି ସକାଳେ ଜମିରେ ଚାଷ ନିମନ୍ତେ ପାୱାରଟିଲର ସାହାଯ୍ୟରେ ହଳ କରୁଥିଲେ । କୌଣସି କାରଣରୁ ପାୱାରଟିଲର ମଧ୍ୟରେ ଜିତରାୟଙ୍କ ଦୁଇଟି ଗୋଡ଼ ପସିଯାଇଥିଲା । ଫଳରେ ଦୁଇଟି ଯାକ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବାର ଜଣାପଡିଛି । ନିକଟସ୍ଥ
ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି, ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିଲେ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯିବ ବୋଲି ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here