ଘର ମରାମତି ବେଳେ କାନ୍ଥ ଭୁଶୁଡ଼ି ଦୁଇ ମୃତ, ଜଣେ ଆହତ

0
56

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ବାଲିପାଟଣା ଗାଁରେ କାନ୍ଥ ଭୁଶୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଆହତ ହୋଇଛନ୍ତି। ଘର ମରାମତି କାମ ଚାଲୁଥିବା ବେଳେ କାନ୍ଥ ଭୁଶୁଡ଼ି ଯାଇଥିଲା।

ମୃତକ ହେଲେ ଘର ମାଲିକ ବନମାଳୀ ସାହୁ(୬୦), କାମ କରୁଥିବା ଶ୍ରମିକ ଚନ୍ଦନ ଲେଙ୍କା(୨୫)। ଆହତ ଜଣକ ମଧ୍ୟ ଶ୍ରମିକ ବୋଲି ଜଣାପଡ଼ିଛି। ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଆଜି ସକାଳେ ଘରର ମରାମତି କାମ ଚାଲୁଥିବା ବେଳେ ଏହି ୩ଜଣଙ୍କ ଉପରେ କାନ୍ଥ ପଡ଼ି ଯାଇଥିଲା। ଫଳରେ କାନ୍ଥ ତଳେ ଚାପି ହୋଇ ଘଟଣାସ୍ଥଳରେ ବନମାଳୀ ଓ ଚନ୍ଦନଙ୍କ ମୃତ୍ୟୁ ଘଟିଥିଲା।

ସୂଚନାଥାଉ କି, ଗତ କିଛିଦିନ ତଳେ ଢେଙ୍କାନାଳ ଅଳସୁଆ ହାଟରେ ପରିତ୍ୟକ୍ତ କାନ୍ଥ ଭୁଶୁଡ଼ି ୪ ଜଣଙ୍କ ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here