ଘରୋଇ କଳି ରୁ ଶାଶୂ ଓ ପତ୍ନୀ ଙ୍କୁ ହତ୍ୟା

0
64

ମୋରଡ଼ା: ଆଜି ଭୋର୍‌ ପ୍ରାୟ ଛଅଟା ବେଳେ ମୋରଡ଼ା ଥାନା ଅଧୀନ ଚିକିମାଟିଆ ପଞ୍ଚାୟତ ଅନ୍ତର୍ଗତ ଘୋଡ଼ାବନ୍ଧା ଖୁଣ୍ଟାପାଳ ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ଶାଶୂ ଓ ପତ୍ନୀଙ୍କୁ ହତ୍ୟା କରିଛନ୍ତି।

ହତ୍ୟାକାରୀ ଜ୍ୱାଇଁ ହେଉଛନ୍ତି  ପୂର୍ଣ୍ଣଚନ୍ଦ୍ର ମହାନ୍ତ। ତାଙ୍କ ଶଶୁରଘର ଖୁଣ୍ଟାପାଳର ମଝିସାହି ଧଡ଼ାସାହିରେ।

ଆଜି ସକାଳେ ଉଭୟ ମାଆ ଓ ଝିଅ ଘରେ ବସି ଶାଳପତ୍ର ସିଉଁଥିବା ବେଳେ ପୂର୍ଣ୍ଣଚନ୍ଦ୍ର ସେଠାରେ ପହଞ୍ଚି ଗୋଟାଏ କୁରାଢ଼ିରେ ହାଣି ସେମାନଙ୍କୁ ହତ୍ୟା କରିଥିଲେ।

ମଦ ଖାଉଥିବା ପୂର୍ଣ୍ଣଚନ୍ଦ୍ର ବରାବର ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ; ଗାଳିମନ୍ଦ ମାରଧର କରୁଥିଲେ, କିନ୍ତୁ ବାସ୍ତବରେ ସେପରି କିଛି ନାହିଁ ବୋଲି କୁହାଯାଉଛି।

ଶନିବାର ଦିନ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଶଶୁରଘର ଯାଇ ଶାଶୂ ଓ ପତ୍ନୀଙ୍କୁ ଗାଳିଗୁଲଜ କରିବା ସହ ସେମାନଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଗତକାଲି ମାଆ ଓ ଝିଅ ମୋରଡ଼ା ଥାନାକୁ ଯାଇ ପୁଲିସକୁ ସୁରକ୍ଷା ମାଗିଥିଲେ ବି ପୁଲିସ କୌଣସି ପଦକ୍ଷେପ ନେଇ ନ ଥିଲା।

ଗାଁକୁ ଯାଇ ହତ୍ୟାକାରୀ ପୂର୍ଣ୍ଣଚନ୍ଦ୍ରକୁ ପୁଲିସ ଧରିଛନ୍ତି। କିନ୍ତୁ ଉତ୍‌କ୍ଷିପ୍ତ ଗ୍ରାମବାସୀ ପୁଲିସକୁ ଅଟକ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here