ଗୋ ଶାଳା ର ଗୁମର କଥା , ମାମୁଁ ଘରେ ଗୋଠେଗାଇ ରାତି ପାହିଲେ ମୋଟେ ନାହିଁ

0
85

ଦେବଗଡ଼(ଆଦ୍ୟାଶା ନ୍ୟୁଜ/ ଆଲୋକ ପ୍ରସାଦ )   – ଦେବଗଡ଼ ଜିଲ୍ଲା ସଦର ମହକୁମା ଠାରୁ ଆଠ କି ମି ଦୂରରେ ରହିଛି ଶ୍ରୀ କୃଷ୍ଣ ପ୍ରଣାମି ଗୋ ଶାଳା ।। ଏହି ଗୋ ଶାଳା ଟି ଦୁଇ ଏକର ସରକାରୀ ଜମି ଉପରେ ନିର୍ମିତ ହୋଇଛି । ଏହାକୁ ଆଜକୁ ୪ ବର୍ଷ ତଳେ ମାନ୍ୟବର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭ ଦେଇଥିଲେ । ଏହି ଗୋ ଶାଳା ଟି ନିର୍ମିତ ହେବାର ମୁଖ୍ୟ ଉର୍ଧେସ୍ୟ ହେଲା , ଦେବଗଡ଼ ସହର ଓ ଆଖ ପାଖ ଅଞ୍ଚଳରେ ବାର ବୁଲା ହୋଇ ବୁଲୁଥିବା ଗାଈ ଗୁଡିକୁ ଆଣି ଥଇଥାନ କରି ତାହାର ଦେଖାଶୁଣା କରିବା ଓ ଗୋ ସୁରକ୍ଷା ପ୍ରତି ଚେଷ୍ଟିତ ହେବା । କିନ୍ତୁ ଦୁଃଖ ଓ ପରିତାପ ର ବିଷୟ ଏହି ଗୋ ଶାଳା ର ଦାୟିତ୍ୱ ନେଇଥିବା  ବ୍ୟକ୍ତି ବିଶେଷ ନିଜକୁ ଜଣେ ଧାର୍ମିକ ବ୍ୟକ୍ତି ବିଶେଷ ର ପରିଚୟ ଦେଇ , ସ୍ଥାନୀୟ କଳା ମାଟି ଗ୍ରାମର ସାଧାରଣ ଜନତାଙ୍କୁ , ଏହି ଗୋ ଶାଳା ଟି ହେଇପାରିଲେ , ଗ୍ରାମର ଅନେକ ଲୋକ ଗୋ ସେବା ନାମ ରେ ଶ୍ରମ ପାଇବେ , ଓ ଏହି ଗୋ ଶାଳା ରୁ କ୍ଷୀର , ଘିଅ ଆଦି ଉତ୍ପାଦିତ ହେବ ବୋଲି ମିଛ ପ୍ରତିଶୃତି ଦେଇଥିଲେ । ଏହି ଗୋ ଶାଳା ନିର୍ମାଣ କୁ ଆଜିକୁ ୪ ବର୍ଷ ବିତି ଯାଇଥିଲେ ବି ଉକ୍ତ ବ୍ୟକ୍ତି ବିଶେଷ ଜଣକ କେବେ ବି ଗୋ ସୁରକ୍ଷା ଓ ଗୋ ପାଳନ ପ୍ରତି ସୁ ଦୃଷ୍ଟି ଦେଇ ନାହାନ୍ତି । ବରଂ ସେ ଗୋ ଶାଳା ଆଳ ରେ ପ୍ରଶାସନ , ଓ ସାଧାରଣ ଜନତାଙ୍କୁ ଅନ୍ଧାର ରେ ରଖି ସରକାରୀ ଅନୁଦାନ କୁ ହାତେଇବା ପାଇଁ ଚେଷ୍ଟା କରି ଆସିଛନ୍ତି । ଏହା ଛଡା ଉକ୍ତ ଗୋ ଶାଳା ନିକଟରେ ଥିବା ଗ୍ରାମ ର କିଛି ଲୋକ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ , କୌଆଡ଼େ ଉକ୍ତ ଗୋ ଶାଳା ରେ ମହୁଲ ଆଦାୟ ସମୟ ରେ , ଜଣେ ପ୍ରଭାବଶାଳୀ ମାରୁଆଡି ସମ୍ପ୍ରଦାୟ ବ୍ୟକ୍ତି ଗୋ ଶାଳା କୁ ମହୁଲ ଗୋଦାମ କରି ଏହି ସ୍ଥାନ ରୁ ଚୋରା ମହୁଲ ଚାଲାଣ ହୁଏ ଓ ଏହା ମଧ୍ୟ ଉକ୍ତ ଗୋ ଶାଳା ଦାୟିତ୍ୱ ନେଇଥିବା ବ୍ୟକ୍ତି ବିଶେଷଙ୍କ ଜ୍ଞାତ ସାର ରେ । ଏହି ବ୍ୟକ୍ତି ଜଣକ ନିଜକୁ ନିଜେ ବରିଷ୍ଠ ସାମ୍ବାଦିକ ର ପରିଚୟ ଦେଇ ସରକାର ଓ ସ୍ଥାନୀୟ ପ୍ରଶାସନ କୁ ସବୁ ସମୟ ରେ ସରକାରୀ ଅନୁଦାନ ପ୍ରାପ୍ତ କରିବା ପାଇଁ ଚେଷ୍ଟିତ କରି ଆସିଛନ୍ତି । ଏ କଥା ମଧ୍ୟ ପ୍ରକାଶ ଥାଉ କି ଆଜକୁ ୨ ବର୍ଷ ତଳେ ଦେବଗଡ଼ ପୋଲିସ ୧୪ ଟି ମଇଁଷି ଜବତ କରି ଏହି ଗୋ ଶାଳା କୁ ହସ୍ତାନ୍ତର କରିଥିଲେ , ହେଲେ ଏହି ମଇଁଷି ମାନଙ୍କ ମଧ୍ୟରୁ ଗୋଟିଏ ବି ମଇଁଷି ଆଜି ପର୍ଯ୍ୟନ୍ତ ଉକ୍ତ ଗୋ ଶାଳା ରେ ଦେଖିବାକୁ ମିଳନ୍ତି ନାହିଁ । ଯେତେବେଳେ ବି ଏ ବିଷୟରେ ଉକ୍ତ ଦାୟିତ୍ୱ ନେଇଥିବା ବ୍ୟକ୍ତି ଙ୍କୁ ଏହି ମଇଁଷି ମାନଙ୍କ ବିଷୟରେ ପଚାରିଲେ ଅତି ନିର୍ଲଜ ଭାବରେ କୁହନ୍ତି , ମଇଁଷି ଗୁଡିକ କାଳିଆପାଳ ଜଙ୍ଗଲ କୁ ଚରିବାକୁ ଯାଇଛନ୍ତି ବୋଲି । ଏ ବିଷୟରେ ଗ୍ରାମ ବାସୀଙ୍କୁ ପଚାରିଲେ , ଗ୍ରାମ ବାସୀ କୁହନ୍ତି ସେ ମଇଁଷି ଗୁଡିକ କୌଆଡ଼େ ଗଲେ କଣ କଲେ ଆମେ ମାନେ କେବେ ବି ଦେଖିବାକୁ ପାଉନାହୁଁ । ଏହା ଛଡା ଉକ୍ତ ବ୍ୟକ୍ତି ଜଣକ ସରକାରୀ ଅନୁଦାନ କୁ ହାତେଇବା ପାଇଁ ଉକ୍ତ ଗୋ ଶାଳା ନିକଟରେ ଥିବା ଢ଼ାବା ମାଲିକ ବୀରପ୍ପାନ ନାଁ ରେ ପରିଚିତ , ତାଙ୍କର କେତୋଟି ଗାଈ କୁ ଆଣି ବେଳେ ବେଳେ ଉକ୍ତ ଗୋ ଶାଳା ରେ ବାନ୍ଧି ରଖୁଛନ୍ତି । କାଳେ କେହି ସରକାରୀ ବାବୁ କି ଜିଲ୍ଲା ପାଳ ସେହି ବାଟରେ ଗଲେ ଗୋ ଶାଳା ପରିଦର୍ଶବ ରେ ଆସିଗଲେ ଗାଈ ନ ଦେଖି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଉକ୍ତ ଗୋ ଶାଳା କୁ ବ୍ୟାଜାପ୍ତ କରିଦେବେକି ଏହି ଭୟ ରେ ସେ ଢ଼ାବା ମାଲିକ କୁ ଗାଈ ଗୁଡିକ ସେହି ଗୋ ଶାଳା ରେ ବାନ୍ଧିବାଜୁ କହୁଛନ୍ତି । ଏହା ଛଡା ଗୋ ଶାଳା ଅଭିଭାବକ ,ଜଣକ କୌଆଡ଼େ ଉକ୍ତ ଲିଜ ଜମି କୁ ପ୍ଲଟିଂ କରି କେହି କେହି ଜମି ମାଫିଆଙ୍କୁ ବିକ୍ରି କରିବାକୁ ମସୁଧା ଚଳେଇଛନ୍ତି ବୋଲି କେତେଜଣ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଧ୍ୟାନ ଦେଇ ଉକ୍ତ ଗୋ ଶାଳା ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ସାଧାରଣ ରେ ଆଲୋଚନା ହେଉଛି । ଏହି ଗାଈ ଗୋଠ ରେ ଗାଈ ନ ଥିବାରୁ ମାମୁଁ ଘରେ ଗୋଠେଗାଇ ରାତି ପାହିଲେ ମୋଟେ ନାହିଁ ବୋଲି ସହର ସାରା ଚର୍ଚ୍ଚା ହେଉଛି ।

 

LEAVE A REPLY

Please enter your comment!
Please enter your name here