ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି କୁ ନେଇ ସ୍ୱଚ୍ଛତା ର ପ୍ରଶ୍ନ

0
112

ଦେବଗଡ଼:(ଆଲୋକ ପ୍ରସାଦ/ଆଦ୍ୟାଶା ନ୍ୟୁଜ) ଦେବଗଡ଼ ଜିଲ୍ଲା ସଦର ମହକୁମା ର ମଧ୍ୟସ୍ଥଳୀ ରେ ପ୍ରତିଷ୍ଠିତ ଉତ୍କଳ ମଣୀ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି । ଉତ୍କଳ ମଣୀ ଙ୍କ ନାମାନୁସାରେ ଉକ୍ତ ଛକ ର ନାମାଙ୍କନ କରା ଯାଇଅଛି । ଉତ୍କଳ ମଣୀ ଗୋପବନ୍ଧୁ ମାନବ ସେବା ଓ ସ୍ଵଛତା ପାଇଁ କେବଳ ଓଡିଶା କାହିଁକି ସାରା ବିଶ୍ୱ ରେ ଜଣେ ସମାଜସେବୀ ନାମରେ ବେଶ ଜଣାଶୁଣା ଓ ପରିଚିତ ହୋଇ ପାରିଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ କେବଳ କେଇ ଗୋଟି ଜାତୀୟତା ଦିବସ , ଓ ଉତ୍କଳ ମଣୀ ଙ୍କ ଜୟନ୍ତୀ କୁ ବାଦ ଦେଲେ , ଶ୍ରୀ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି କୁ ସଫା କରିବା ତ ଦୂରର କଥା ଆଖ ପାଖ ରେ ଥିବା ଉଠା ଦୋକାନୀ ମାନ ଙ୍କ ର ଅଇଁଠା ଦନା , ଓ ଲୋକଙ୍କ ପରିଶ୍ରା କରିବାର ଅଡ୍ଡା ସ୍ଥଳୀ ପାଲଟି ଥିବାରୁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଥିବା ସ୍ଥାନ ଟି ଅଳିଆ ଆବର୍ଜନା ର ପେଣ୍ଠସ୍ଥଳ ପାଲଟିବା ସହିତ ଦୁର୍ଗନ୍ଦ ରେ ଫାଟି ପଡୁଛି । ଯାହାକି ସ୍ୱଚ୍ଛ ପରିମଳ ର ଡିଣ୍ଡିମ ପିଟୁଥିବା ଦେବଗଡ଼ ଜିଲ୍ଲା , ଉତ୍କଳ ମଣୀ ଶ୍ରୀ ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ର ସ୍ୱଚ୍ଛତା କୁ ନେଇ ସାଧାରଣ ରେ ଆଙ୍ଗୁଳି ନିର୍ଦେଶ କରୁଛି । ଏଣୁ ଦେବଗଡ଼ ପୌରପରିଷଦ ଓ ଜିଲ୍ଲା ପ୍ରଶାସନ ଏହି ଦିଗ ପ୍ରତି ଦୃଷ୍ଟିଦେଇ ଉକ୍ତ ପ୍ରତିମୂର୍ତ୍ତି ଓ ଆଖପାଖର ପରିବେଶ ର ସ୍ୱଚ୍ଛତା ପ୍ରତି ଦୃଷ୍ଟିଦେଲେ ଏହା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ପ୍ରତି ଉଚିତ ସଂମାନ ମିଳିବ ବୋଲି ସାଧାରଣ ରେ ଚର୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here