ଗଜରାଜ ହାତୀ ଛୁଆର ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

0
106

କେନ୍ଦୁଝର  (ଆଲୋକ ମହାନ୍ତ/ଆଦ୍ୟାଶା ନ୍ୟୁଜ) – କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଂଜରେ ଗଜରାଜ ହାତୀ ଛୁଆର ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ, ବନ ବିଭାଗ ତରଫରୁ ମୃତ ଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଚମ୍ପୁଆ ରେଂଜ ର ଭାରପ୍ରାପ୍ତ ଉପ ବନାଞ୍ଚଳ ଅଧିକାରୀ ଘାସିନାଥ ପାତ୍ର କହିଛନ୍ତି । ଗୁରୁବାର ସକାଳେ, କାଳିମାଟି ଛକ ଠାରୁ ନୟାଗଡ଼ ପଟକୁ ପ୍ରାୟ ୨ କି.ମି. ଦୂର ବ୍ରାହ୍ମଣୀପାଳ ସେକ୍ସନ ଜଙ୍ଗଲରେ ଏକ ହାତୀ ଛୁଆର ମୃତ ଦେହ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ଅଧିକାରୀ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ । ପରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ମଧ୍ୟ ସେଠାରେ ପହଁଚିଥିଲେ । ହାତୀ ଛୁଆଟି ମାତ୍ର ଗୋଟିଏ ଦିନର ହେବ ବୋଲି ଅନୁମାନ କରାଯାଉଛି । ତେବେ ହାତୀପଲଙ୍କ ମଧ୍ୟରେ ଦଳାଚକଟା ଯୋଗୁଁ ତା’ର ମୃତ୍ୟୁ ହୋଇପାରିଥାଏ ବୋଲି ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପୋତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here