ଖରିଆର ରେ ବିଜେପି ର ରୀନା ରାଣୀ ବଗର୍ତି ଙ୍କ ପ୍ରାଥୀତ୍ୱ କୁ ଦୃଢ ବିରୋଧ

0
152

ନୂଆପଡା ( ଚିତ୍ତ ରଞ୍ଜନ ମହାପାତ୍ର / ଆଦ୍ୟାଶା ନ୍ୟୁଜ ) – ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଥିବା ବିଜେପି ପ୍ରାଥୀ ତାଲିକା ରେ ପ୍ରକାଶ ପାଇଥିବା ଖରିଆର ବିଧାନସଭା ଆସନ ପାଇଁ ଶ୍ରୀମତୀ ରୀନା ରାଣୀ ବଗର୍ତି ଙ୍କ ପ୍ରାଥୀତ୍ୱ କୁ ଦୃଢ ବିରୋଧ କରା ଯାଇଛି | ଏହି ଆସନ ପାଇଁ ଖରିଆର ଯୁବରାଜ ଶ୍ରୀ ଦେବ ଦେବ ସିଂଦେଓ ଦାବିଦାର ଥିଲେ |ତାଙ୍କ ଟିକଟ ଦିଲ୍ଲୀ ରେ ଚୂଡାନ୍ତ ହୋଇ ଥିଲେ ମଧ୍ୟ କନକ ବର୍ଦ୍ଧନ ସିଂଦେଓ ଙ୍କ ଚାପ ରେ କାଟି ଗଲା ବୋଲି ଅଭିଯୋଗ ହୋଇଛି |ଏହା ଛଡ଼ା ଚୂଡାନ୍ତ ହୋଇ ଥିବା ପ୍ରାଥୀ ରୀନା ରାଣୀ ଙ୍କ ସ୍ୱାମୀ ହିତେଶ ବଗର୍ତି ଙ୍କ ନାମ ରେ ଚିଟ ଫଣ୍ଡ ଦୁର୍ନୀତି ର ଅଭିଯୋଗ ରହିଛି | ସେ ୩ ବର୍ଷ ଜେଲ ରେ ରହି ଜାମିନ ରେ ମୁକୁଳି ଛନ୍ତି |ରାଜ୍ୟ ରେ ଚିଟ ଫଣ୍ଡ ଦୁର୍ନୀତି ର ଯେମିତି ପ୍ରଭାବ ରହିଛି କୌଣସି ସାଧାରଣ ଲୋକ କେବେ ବି ଏହିପରି ପ୍ରାଥୀ ଙ୍କୁ ଗ୍ରହଣ କରିବେ ନାହିଁ |
ତେଣୁ ଏହି ପରିପ୍ରେକ୍ଷୀ ରେ ସ୍ଥାନୀୟ ବିଜେପି ସମର୍ଥକ ମାନେ ଏ ସମ୍ପର୍କ ରେ ବିଭିନ୍ନ ସୋସିଆଲ ମିଡ଼ିଆ ରେ ବିଜେପି ର ବରିଶ ନେତ୍ରୁ ବୃନ୍ଦ ଙ୍କୁ ଫେରାଦ ମଧ୍ୟ ହେଲେଣି |

LEAVE A REPLY

Please enter your comment!
Please enter your name here