କ୍ଷୟକ୍ଷତି ଆକଳନ କରିବାକୁ ଯାଇ ମାଡ ଖାଇଲେ ତହସିଲ କର୍ମଚାରୀ

0
114

କେନ୍ଦୁଝର (ଆଦ୍ୟାଶା ନ୍ୟୁଜ / ସଂଜୀବ ସାହୁ ) ଫନି ବାତ୍ୟାର କ୍ଷୟକ୍ଷତି ଆକଳନ କରିବାପାଇଁ ଯାଇ ଜଣେ ତହସିଲ କର୍ମଚାରୀ ମାଡ ଖାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଖବରରୁ ଜଣାଯାଇଛି ଯେ ଡଅଁର ରାଜସ୍ୱ କାର୍ଯ୍ୟାଳୟର ରାଜସ୍ୱ ନିରୀକ୍ଷକ ଓ ଚେନମ୍ୟାନ ଆଜି ଅଁରା ପଞ୍ଚାୟତକୁ ଫନି ବାତ୍ୟାର କ୍ଷୟକ୍ଷତି ସର୍ଭେ କରିବାକୁ ଯାଇଥିଲେ। ସେଠାରେ ଅଁରା ଗ୍ରାମର ଆନନ୍ଦ ନାୟକ ନାମକ ଜଣେ ବ୍ୟକ୍ତି ତାଙ୍କ ଘର ଭାଙ୍ଗି ନଥିବା ସତ୍ତ୍ୱେ ତାଙ୍କ ଘର ସର୍ଭେ କରିବାକୁ ବାଧ୍ୟ କରିବାରୁ ଚେନମ୍ୟାନ ଜଣକ ମନାକରି ପଳାଇ ଆସିବାରୁ ଉକ୍ତ ବ୍ୟକ୍ତି ଜଣକ ଚେନମ୍ୟାନଙ୍କୁ ମୁଥ ମାରି ତଳେ ପକାଇ ଦେଇଥିଲେ। ତାଙ୍କ ମୁହଁରୁ ରକ୍ତ ବାହାରିବା ସହିତ ସେ ଆହତ ହୋଇଛନ୍ତି। ଏନେଇ କର୍ମଚାରୀ ଜଣକ ତହସିଲଦାରଙ୍କୁ ଅବଗତ କରିବା ସହିତ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କର୍ମଚାରୀ ସଂଘ ପକ୍ଷରୁ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here