କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ କବ୍‌ଜାରେ ୩ ଜଣ ବାଘ ଛାଲ ରାକେଟ ର ସଦସ୍ୟ

0
67

ଭୁବନେଶ୍ୱର: କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ କବ୍‌ଜାରେ ୩ ଜଣ ବାଘ ଛାଲ ରାକେଟ ର ସଦସ୍ୟ । ୭ ଫୁଟର କଲରାପତରିଆ ବାଘ ଛାଲ ସହ ୩ ଜଣଙ୍କୁ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଗିରଫ କରିଛି।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଜେଲ୍ ବିଭାଗ କର୍ମଚାରୀଙ୍କ ପୁଅ ଅଛନ୍ତି ବୋଲି ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ରମଣୀସେନ ବେହେରା, ଯଜ୍ଞଦତ୍ତ ବେହେରା ଓ ସଚିକାନ୍ତ ନାୟକ। ରମଣୀସେନ ଏହି ମାମଲାର ମାଷ୍ଟର ମାଇଣ୍ଡ ବୋଲି ଜଣାପଡ଼ିଛି।
ରାଉରକେଲାରେ ବାଘ ଛାଲ ବିକ୍ରି କରିବା ପାଇଁ ଗିରଫ ଅଭିଯୁକ୍ତ ମାନେ ଯୋଜନା କରୁଥିଲେ ବୋଲି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଡିଆଇଜି ଆଶିଷ ସିଂ ସୂଚନା ଦେଇଛନ୍ତି। ପୂର୍ବରୁ କୁଚିଣ୍ଡାରେ ୪ଟି ବାଘ ଛାଲ ଜବତ ସହ ୭ ଜଣଙ୍କୁ ଗିରଫ କରାଯାଇଥିଲା

LEAVE A REPLY

Please enter your comment!
Please enter your name here