କୋମାରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାକେନ୍ଦ୍ର

0
146
ଦେବଗଡ଼ (ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ): ଦେବଗଡ଼ ଜିଲ୍ଲା ସଦର ମହକୁମା ଠାରୁ ଗୋଟେ କିମି ଦୂର ରେ ରହିଛି ,ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଏହି ଚିକିତ୍ସାଳୟ ଉପରେ ଦେବଗଡ଼ ଜିଲ୍ଲାର ପ୍ରାୟ ୩ଲକ୍ଷ ଅଧିବାସୀ ନିର୍ଭରଶୀଳ । ଏହା ମୁଖ୍ୟ ଚକିତ୍ସାଳୟ ହୋଇଥିବାରୁ ଏହିଛିକିତ୍ସାଳୟ ରେ ରୋଗୀଙ୍କ ପାଇଁ ସମସ୍ତ ମୌଳିକ ସୁବିଧା ସୁଯୋଗ ରହିବା ଦରକାର । ଏପରିକି ସମସ୍ତ ରୋଗୀଙ୍କ ଶଯ୍ୟାରେ ବେଡ଼ସିଟ , ରୋଗୀଙ୍କ ଶୌଚ ପାଇଁ ଶୌଚାଳୟ , ଅପରେସନ ପାଇଁ ସରଞ୍ଜାମ , ଆବଶ୍ୟକ ମୁତାବକ ଡାକ୍ତର ,   ଆହୁରି ଅନେକ କିଛି । ସବୁଠାରୁ ଦୁଃଖର ବିଷୟ ଯଦିଓ ଏବେ ଦେବଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନୂତନ ଭାବରେ କେଇଜଣ ଡାକ୍ତର ବାବୁଙ୍କ ଆଗମନ ଘଟିଛି ବା ନିଯୁକ୍ତି ହୋଇଛନ୍ତି , ହେଲେବି ସେହି ଡାକ୍ତର ବାବୁମାନେ ସପ୍ତାହରେ ଦୁଇଦିନ ଚିକିତ୍ସାଳୟ ରେ ଉପସ୍ଥିତ ରହୁଛନ୍ତି କି ନା ସନ୍ଦେହ । ସେମାନେ କେତେବେଳେ ଆସୁଛନ୍ତି ଓ ଯାଉଛନ୍ତି ଦେଖି ବାକୁ ପାଉନାହାନ୍ତି ରୋଗୀ । ଏହାଛଡା ପ୍ରସୂତି ବିଭାଗରେ ଏବେ ତିନିଜଣ ଡାକ୍ତର ଥିଲେବି ଦିନ ୧୧ ଟା ୧୨ ଟା ସୁଦ୍ଧା ଦେଖାମିଲୁନି ଡାକ୍ତର ବାବୁ ମାନଙ୍କର । ଯାହା ଫଳରେ ପ୍ରସୂତି ମା ମାନେ ସକାଳ ଭୋର ୫ ଟାରୁ ଆସି ଡାକ୍ତର ଖାନାରେ ଲମ୍ବାଧାଡ଼ି ଲାଗେଇଥିଲେ ବି ଦିନ ବାର ଟା ଯାଏ ଡାକ୍ତରଙ୍କୁ ଅପେକ୍ଷା କରି ନିରାଶ ହେଉଛନ୍ତି । ଏହା ଛଡା କେତେବେଳେ ରୋଗୀ ଶଯ୍ୟାରେ ବୁଲା କୁକୁର ଶୋଉଚି ତ କେତେବେଳେ ପ୍ରସୂତି ମା ଓ ନବଜାତ ଶିଶୁଙ୍କୁ ଡ଼ଷ୍ଟବିନ କଡ଼ ରେ ଶୁଆଇଦେଇ ସିଲାଇନ ଦେଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥାଏ । ରୋଗ ପରୀକ୍ଷା କେନ୍ଦ୍ର ଦିନ ୮ ଘଟିକାରୁ ଦିନ ୨ ଘଟିକା ପର୍ଯ୍ୟନ୍ତ ଓ ଅପରାନ୍ହ ୪ ଘଟିକା ଠାରୁ ଖୋଲା ରହିବାର ନିୟମ ଥିଲେବି ଦିନ ୧୧.୩୦ ଘଟିକାରୁ ରୋଗ ପରୀକ୍ଷାଗାର କେନ୍ଦ୍ର ରେ ତାଲା ପଡିଥିବା ଦେଖିବାକୁ ମିଳୁଛି । ଠିକ ସେଇଭଳି ଏକ୍ସରେ ବିଭାଗ ରେ ମଧ୍ୟ ସନ୍ଧ୍ୟା ୬ ଟା ପରେ ଦେଖିବାକୁ ମିଳୁନାହିଁ କର୍ମଚାରୀ ଙ୍କର । ଏହା ମଧ୍ୟ ଉର୍ଲେଖ ଥାଉକି ଦୀର୍ଘ ଦିନ ହେବ ଦେବଗଡ଼ ମୁଖ୍ୟଚିକିତ୍ସାଳୟ ରେ ନାହାନ୍ତି ମୁଖିଆ ବା ମୁଖ୍ୟ ଚିକିତ୍ସାଅଧିକାରୀ । ବର୍ତ୍ତମାନ କାମଚଳା ଭାବରେ ମୁଖ୍ୟଚିକିତ୍ସା ଅଧିକାରୀ ଦାୟିତ୍ୱ ତୁଲାଉଛନ୍ତି ଡ଼ ମନୋଜ କୁମାର ଉପାଧ୍ୟାୟ । ଦେବଗଡ଼ ଜିଲ୍ଲାର ମୁଖ୍ୟଚିକିତ୍ସାଳୟ ରେ ସବୁ ସୁବିଧା ଥିଲେବି ଡାକ୍ତର ଙ୍କ ଅପାରଗତା ଯୋଗୁଁ ସାମାନ୍ୟ ରୋଗ ହୋଇଥିଲେ ବି ବୁର୍ଲା ବଡ଼ ଡାକ୍ତର ଖାନା କୁ ରୋଗୀଙ୍କୁ ସ୍ଥାନାନ୍ତରିତ କରୁଥିବାରୁ ଅଯଥା ଖର୍ଚ୍ଚରେ ପଡୁଛନ୍ତି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ । ଏଣୁ ଦେବଗଡ଼ ମୁଖ୍ୟଚିକିତ୍ସାଳୟ ର ଏ ସବୁ ଦିଗ କୁ ଦୃଷ୍ଟି ଦେଲେ , ଚିକିତ୍ସାଳୟ ଟି ଏକ ପ୍ରକାର କୋମାରେ ଥିବା ପରିଲିଖିତ ହୁଏ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here