କେନ୍ଦୁପତ୍ର ଶ୍ରମିକଙ୍କୁ ଝଟ୍‌କା

0
45

ଭୁବନେଶ୍ୱର: କେନ୍ଦୁପତ୍ର ଶ୍ରମିକଙ୍କୁ ଝଟ୍‌କା। କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ବୋନସ୍ ହ୍ରାସ କଲେ ସରକାର। କେନ୍ଦୁପତ୍ର ତୋଳାଳିଙ୍କ ବୋନସ ୧୦୦ ପ୍ରତିଶତ ରୁ ୫୦ ପ୍ରତିଶତକୁ ଓ କେନ୍ଦୁପତ୍ର ବନ୍ଧାଳିଙ୍କ ବୋନସ୍ ୨୦ ପ୍ରତିଶତରୁ ୧୦ ପ୍ରତିଶତକୁ କମିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦୁପତ୍ର ଉନ୍ନୟନ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

GST ଓ ପ୍ରତିକୂଳ ପାଣିପାଗ ପ୍ରଭାବରୁ ହେଉଥିବା କ୍ଷତି ହ୍ରାସ କରିବାକୁ ସରକାର ବୋନସ୍ ହ୍ରାସ କରିଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କରିଛନ୍ତି। ବୋନସ୍ ହ୍ରାସ ଯୋଗୁ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ପ୍ରଭାବିତ ହେବେ ବୋଲି ଆକଳନ କରାଯାଉଛି।

ସେପଟେ ୨୦୧୮ ମସିହା ପାଇଁ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀମାନଙ୍କୁ ବୋନସ୍ ଓ ପ୍ରୋତ୍ସାହନ ରାଶି ବାବଦରେ ୨୨୨ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here