କେନ୍ଦୁଝର ବ୍ରେକ ଫେଲ ହୋଇ ପାନକି ଘାଟି ତଳକୁ ଖସିଲା ୪୦୭, ୭ଜଣ ଗୁରୁତର

0
116

କେନ୍ଦୁଝର (ଆଦ୍ୟାଶ ନିଉଜ): ତେଲକୋଇ ଓ ହରିଚନ୍ଦନପୁର ବ୍ଲକକୁ ସଂଯୋଗ କରୁଥିବା ତେଲକୋଇ ପିଠାଗୋଳା ରାସ୍ତାର ପାନକି ଘାଟିରେ ଏକ ୪୦୭ ମିନି ଟ୍ରକ ବ୍ରେକ ଫେଲ ହୋଇ ଘାଟି ତଳକୁ ଖସିଥିଲା, ଫଳରେ ୭ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରୁ ସମସ୍ତେ ମହିଳା ହୋଇଥିବା ବେଳେ ୩ଜଣ ମହିଳାଙ୍କ ହାତ ଭାଙ୍ଗି ଯାଇଥିବାର ଜଣାପଡିଛି । ଆହତ ମାନେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ସୂଚନା ଅନୁଯାୟୀ ତେଲକୋଇ ବ୍ଲକ କୁଲାଡରା ଗ୍ରାମର ଏକ ବାହାଘର ପରେ ଦିନ ୨ଘଟିକା ସମୟରେ ଝିଅକୁ ଛାଡିବା ପାଇଁ ହରିଚନ୍ଦନପୁର ବ୍ଲକ ନିକଟସ୍ଥ କପ୍ତିପଦା ଗ୍ରାମକୁ ୩୦ ରୁ ୩୫ ଜଣ ମହିଳା ଓ ପୁରୁଷ ଏକ ୪୦୭ ମିନି ଟ୍ରକରେ ଯାଉଥିଲେ । ଯାଉଥିବା ସମୟରେ ତେଲକୋଇ ପିଠାଗୋଳା ରାସ୍ତାର ପାନକି ଘାଟିର ଶେଷ ଘାଟି ଚଢି ନପାରି ତଳକୁ ଗାଡି ଖସି ତଳେ ଥିବା ଏକ ଖାଲରେ ଗାଡି ଟି ଅଟକି ଯାଇଥିଲା । ଫଳରେ ଗାଡିରେ ଥିବା ବହୁ ଲୋକଙ୍କ ଜୀବନ ବଞ୍ଚି ଯାଇଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି । ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଗୁରୁତର ଥିବାରୁ ସେମାନଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ଘଟଣାର ଖବର ତେଲକୋଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here