କେନ୍ଦୁଝର : ବିଷାକ୍ତ ଛତୁ ଖାଇ ୩ ଅସୁସ୍ଥ

0
84

କେନ୍ଦୁଝର(ଆଦ୍ୟାଶ| ନିଉଜ ): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ମିରିଗିଖୋଳି ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଜଣ ଅସୁସ୍ଥ ହୋଇଛନ୍ତି। ୨ ନାତୁଣୀ ଓ ଜେଜେମାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଗତକାଲି ଜେଜେମା ଜଙ୍ଗଲରୁ ଛତୁ ଆଣି ରୋଷେଇ କରିଥିଲେ। ରାତିରେ ତିନି ଜଣ ଯାକ ଏହି ଛତୁ ତରକାରି ଖାଇଥିଲେ। ଛତୁ ଖାଇବା ପରେ ୨ ନାତୁଣୀ ପ୍ରଥମେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ଜେଜେମା ମଧ୍ୟ ଅସୁସ୍ଥ ହୋଇଥିଲେ। ତିନିଜଣଙ୍କୁ ପ୍ରଥମେ ପାଟଣା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା।

LEAVE A REPLY

Please enter your comment!
Please enter your name here