କେନ୍ଦୁଝର ,ପୂର୍ବତନ କଂଗ୍ରେସ ନେତା ଙ୍କୁ ହତ୍ୟା ,ରାଜନୈତିକ ହିଂସା ବୃଦ୍ଧି

0
200

କେନ୍ଦୁଝର (ସଂଜୀବ ସାହୁ / ଆଦ୍ୟାଶା ନ୍ୟୁଜ ) -ନିର୍ବାଚନ ଯେ ନିକଟତର ହେଉଛି ଦିନ କୁ ଦିନ ରାଜନୈତିକ ହିଂସା ବୃଦ୍ଧି ହେବା ରେ ଲାଗିଛି ବହୁ ରାଜନୈତିକ ନେତା ଉଗ୍ରରୂପ ଧାରଣ କରି ଲୋକଙ୍କୁ ଭୟଭୀତ କରାଇ ନିଜ ସପକ୍ଷ ରେ ଭୋଟ ଦେବା ପାଇଁ ବାଧ୍ୟ କରିଛନ୍ତି ଏବଂ ଯଦି କୌଣସି ଲୋକ ତାଙ୍କୁ ଭୋଟ ଦେବାକୁ ଅରାଜି ହେଉଛନ୍ତି ତାଙ୍କୁ ଧମକ ଚମକ ମଧ୍ୟ କରିଥିବା ଦେଖିବାକୁ ମିଳୁଛି |ମାତ୍ର ପୋଲିସ ବିଭାଗ ରାଜନୀତି କ୍ଷମତା ର ଚାପ ରେ ହାତ ବାନ୍ଧି ଚୁପ ହୋଇ ବସିଛନ୍ତି | ଏହି ପରି ଏକ ରାଜନୈତିକ ହିଂସାର ଶିକାର ହୋଇଛନ୍ତି ଘଷିପୁରା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ଆନନ୍ଦ ପୁର ବ୍ଲକ ର ପୂର୍ବତନ ଚେୟାରମ୍ୟାନ ରାମଚନ୍ଦ୍ର ବେହେରା ଙ୍କୁ ସୋମବାର ବିଳମ୍ବିତ ରାତି ରେ କିଛି ଦୁର୍ବୃତ ତାଙ୍କୁ ବାହାର କୁ ଡାକି ରାଜନୈତିକ ଚର୍ଚ୍ଚା କରିଥିଲେ ଏବଂ କିଛି ସମୟ ପରେ କିଛି ନିଦ୍ଧିଷ୍ଟ ରାଜନୈତିକ ଦଳ ର ଲୋକ ଆପଣ ଙ୍କୁ ଦେଖା କରିବାକୁ ଆସିଛନ୍ତି ବୋଲି କହି ଘରଠାରୁ କିଛି ଦୁର କୁ ତାଙ୍କୁ ଡାକି ଆଣିଥିଲେ ଏବଂ ପୂର୍ବରୁ ଲୁଚି ରହିଥିବା ଦୁର୍ବୃତ ତାଙ୍କୁ ଅଚାନକ ଖଣ୍ଡା ରେ ହାଣି ପକାଇଥିଲେ ଏଵଂ ମୂର୍ମୁସ ଅବସ୍ଥାରେ ତାଙ୍କୁ ଛାଡି ଚାଲି ଯାଇଥିଲେ | ସ୍ଥାନୀୟ ଜନସାଧାରଣ ତାଙ୍କୁ ଆନନ୍ଦ ପୁର ଚିକିତ୍ସାଳୟ ରେ ଭର୍ତି କରିଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏହାକୁ ନେଇ ରାସ୍ତା ରୋକ୍ ହୋଇଥିବା ବେଳେ କଂଗ୍ରେସ ଦଳ ଏବଂ ବିଜେଡ଼ି ଦଳ ପରଷ୍ପର ବିରୋଧୀ ରେ ଆକ୍ଷେପ କରି ରାଜନୈତିକ ଫାଇଦା ନେବାରେ ବ୍ୟସ୍ତ ଥିବା ବହୁ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି |

LEAVE A REPLY

Please enter your comment!
Please enter your name here