କେନ୍ଦୁଝର: ଟ୍ରକ୍‌ ପଛରେ ଧକ୍କା ଖାଇଲା ବୋଲେରୋ; ଦମ୍ପତି ମୃତ, ଡ୍ରାଇଭର୍‌ ଆହତ

0
101

କେନ୍ଦୁଝର (ଆଲୋକ ମହନ୍ତ /ସଂଜୀବ ସାହୁ/ଆଦ୍ୟାଶା ନ୍ୟୁଜ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାସପଙ୍ଗା ନିକଟରେ ଟ୍ରକ୍‌ ପଛରେ ବୋଲେରୋ ପିଟି ହୋଇଯିବାରୁ ପତିପତ୍ନୀଙ୍କ ର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର୍‌ ଗୁରୁତର ଭାବେ ଆହତ ହୋଇଛନ୍ତି।

ମୃତ ଦମ୍ପତି ହେଉଛନ୍ତି ବଲାଣିଥାନା ବାଲାଗୋଡ଼ ଅଞ୍ଚଳର ୫୦ ବର୍ଷୀୟ ବୀଣାଦେବୀ ମହାକୁଡ଼ ଓ ୫୫ ବର୍ଷିୟ ବଳଭଦ୍ର ମହାକୁଡ଼। ସେମାନେ କଟକର ଏକ ଘରୋଇ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଉକ୍ତ ବୋଲେରୋରେ ଫେରୁଥିଲେ। ସକାଳ ପ୍ରାୟ ୬: ୩୦ ବେଳେ ଘନ କୁହୁଡ଼ି ଘୋଟି ଥିବାରୁ ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌ଟିକୁ ବୋଲେରୋ ଡ୍ରାଇଭର୍‌ ଦେଖି ପାରି ନ ଥିଲେ। ଫଳରେ ଟ୍ରକ୍‌ର ପଛପଟେ ବୋଲେରୋ ଖୁବ୍‌ ଯୋର୍‌ରେ ଧକ୍କାର ଖାଇଥିଲା। ଘଟଣାସ୍ଥଳରେ ପତିପତ୍ନୀଙ୍କର ମୃତ୍ୟୁ ଘଟିଥିଲା।

ସ୍ଥାନୀୟ ପୁଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛି।  ଗୁରୁତର ଭାବେ ଆହତ ବୋଲେରୋ ଡ୍ରାଇଭରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here