କେନ୍ଦୁଝର ଜିଲ୍ଲାର ଡିଏମ୍ଏଫ୍ ଫଣ୍ଡ ହରିଲୁଟ

0
45

କେନ୍ଦୁଝର (ଆଦ୍ୟାଶା ନ୍ୟୁଜ/ ଆଲୋକ ମହନ୍ତ) – ପ୍ରକୃତିର ଗନ୍ତାଘର କେନ୍ଦୁଝର ଜିଲ୍ଲା। ଖଣିଖାଦାନ ଜିଲ୍ଲା ଭାବେ ଓଡିଶା ମାନଚିତ୍ରରେ ସର୍ବପ୍ରଥମେ ରହିଛି। ୨୦୧୪ ସାଧାରଣ ନିର୍ବାଚନ ପରେ ନରେନ୍ଦ୍ରମୋଦି ପ୍ରଧାନମନ୍ତ୍ରୀ ହୋଇ ଦାୟିତ୍ବ ଗ୍ରହଣପରେ ପ୍ରଥମ ପଦକ୍ଷେପ ସ୍ବରୁପ ଖଣି,ପ୍ରଭାବିତ ଅଞ୍ଚଳପାଇଁ ରାଜ୍ୟର ମିଳୁଥିବା ରାଜସ୍ବର ସିଂହ ପ୍ରତିଶତ ଖଣି ପ୍ରଭାବିତ ଅଞ୍ଚଳରେ ଆନୁସଙ୍ଗିକ ଉନ୍ନତି ପାଇଁ ଡିଏମ୍ଏଫ୍ ଟଙ୍କା ବ୍ୟବସ୍ଥା କରି ପ୍ରତି ଜିଲ୍ଲାଔରୀ ଟଙ୍କା ମଧ୍ୟ ଦେଉଛନ୍ତି।ଆଉ ଏହି ସବୁକ୍ଷେତ୍ରରେ କେନ୍ଦୁଝର ଭଳି ଆଦିବାସୀ ଜିଲ୍ଲାର ସବୁଠାରୁ ଅଧିକ ଅବହେଳିତ ଏବଂ ଖଣିପ୍ରଭାବିତ ଗ୍ରାମ ଗୁଡିକ ସାମାନ୍ୟ ସୁବିଧା,ସୁଯୋଗ ମଧ୍ୟ ସରକାରୀ ସ୍ତରରେ ପହଞ୍ଚି ପାରି ନ ଥିବା ବେଳେ ଏହି ଡିଏମ୍ଏଫ୍ ଫଣ୍ଡ ଏହି ଖଣି ଅଞ୍ଚଳ ପାଇଁ ଅମୃତତୁଲ୍ୟ। ହେଲେ ଆଶ୍ଚର୍ଯ୍ୟଜନକ ଭାବେ କିଛି ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀଙ୍କ ସଲାସୁତୁରାରେ କେନ୍ଦୁଝର ଜିଲ୍ଲାର ଡିଏମ୍ଏଫ୍ ଫଣ୍ଡ କୁ ହରିଲୁଟ କରୁଛନ୍ତି। କେନ୍ଦୁଝର ବିଜେପି ରେଞ୍ ଅନ୍ତର୍ଗତ ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତର ରଙ୍ଗାମାଟିଆ;ଶଙ୍କାରୀ ପ୍ରାଥମିକ ବିଦ୍ୟାଳୟକୁ ଉଦାହରଣ। ଯେ ଫଳକ ଅନୁଯାୟୀ ଅଟକଳ-୩.୯୪ହଜାର(ତିନିଲକ୍ଷ;ଚଉରାନବେ) ହଜାର ଏବଂ ସୌରଚାଳିତ ସିଷ୍ଟମ୍ ଉପଲ୍ବ୍ଧ ବୋଲି ଉଲ୍ଲେଖ ଥିବା ବେଳେ ଚର୍ଚ୍ଚା ହେଉଥିଲା।ରାତାରାତି ସୌରଚାଳିତକୁ ରଙ୍ଗ ମାରି ଲିଭାଇବା ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକାର ପ୍ରମାଣକୁ ଉଦ୍ଜୀବିତ କରୁଛି।କେଉଁ କାରଣ ଯୋଗୁଁ ଲେଖା ହେଉଛି। ବ୍ଲାକ୍ ବୋର୍ଡ ଭଳିଆ ଲିଭା ହେଉଛି। ଏହା ଉପରେ ପ୍ରଶାସନ ବିଶେଷ କରି ବାଂଶପାଳ ବ୍ଲକ ତରଫରୁ ସତନ୍ତ୍ର ତଦନ୍ତ କରି ସୌର ଚାଳିତ ଯାଗାରେ ମେସିନ୍ ଲଗାନ୍ତୁ ନ ହେଲେ ଅବଶିଷ୍ଟ ରାଶି ସରକାରଙ୍କୁ ପୈଠ କରନ୍ତୁ।ଆଜି ଦିନରେ ବ୍ଲକ ସ୍ତରରେ ନଳକୂପ୍ ପାଇଁ ବଜେଟ ଦେଢଲକ୍ଷ ଥିବା ବେଳେ ବେସରକାରୀ ଅନୁସାରେ ଆହୁରି ଢେର କମ ରହିଥିବା ବେଳେ ଡିଏମ୍ଏଫ୍ ଫଣ୍ଡ ନଳକୂପ୍ କାହିଁକି ୪ଲକ୍ଷ ପାଖାପାଖି ରହୁଛି। ତେଣୁ ଜନ ସାଧାରଣଙ୍କ ପାଖରେ ହଜମ ହେଉନି। ପ୍ରଶାସନକୁ ଅନୁରୋଧ ଯେ ସଠିକ ତଦନ୍ତ କରି ଉପଯୁକ୍ତ ଦଣ୍ଡବିଧାନ କଲେ କେନ୍ଦୁଝର ଡିଏମ୍ଏଫ୍ ଫଣ୍ଡ ପାଣ୍ଠିର ଟଙ୍କା ସତ୍ ବାଟରେ ଖର୍ଚ୍ଚ ହେଇ ପାରିବ।

 

 

LEAVE A REPLY

Please enter your comment!
Please enter your name here