କେନ୍ଦୁଝର ଜିଲ୍ଲାକୁ ପାଣ୍ତିଆନ ଙ୍କ ଗସ୍ତନେଇ ଯୁଦ୍ଧକାଳୀନ ଭିତ୍ତିରେ କେନ୍ଦୁଝର ମୁଖ୍ୟଚ଼ିକିତ୍ସାଳୟ ସଫେଇ

0
77
 କେନ୍ଦୁଝର(ସଂଜୀବ ସାହୁ/ଆଦ୍ୟାଶ| ନିଉଜ):  ଆସନ୍ତା ୧୪ରିଖ କେନ୍ଦୁଝର ଜିଲ୍ଲା କୁ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ୫ଡ଼ି ସଚ଼ିବ ପାଣ୍ତିଆନ ଗସ୍ତନେଇ  କେନ୍ଦୁଝରମୁଖ୍ୟ ଚ଼ିକିତ୍ସାଳୟ ପରିସର ରେ ବର୍ଷ ବର୍ଷ ପଡ଼ିରହିଥିବା ଅଜିଆ ଆବର୍ଜନା ଆଜି ଯୁଦ୍ଧ କାଳୀନ ସ୍ଥିତିରେ ସଫେଇ କରାଯାଇଛି। ପୈାରପାଳିକା ଉଚ୍ଚ ଅଧିକାରୀ ଙ୍କ ସହିତ ସମସ୍ତ କର୍ମଚ଼ାରୀ ଉପସ୍ଥିତ ରହି ଟ୍ରକ ରେ  ସଫେଇ କରାଯାଇଛି।ବହୁ ଦିନରୁ ଡ଼ାକ୍ତରଖାନା ପରିସର ରେ ଥିବା କୁଢ କୁଢ ଅଳିଆ ଆବର୍ଜନା ପଡ଼ି ରହିଥିଲା।ଏହା ସହିତ ଡ଼ାକ୍ତରଖାନା ଦୁଇ ମୋହଲା କଠାଘର କୁ ନୂଆଁ ବେଡ଼ ପକାଇ ରୋଗୀ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି।ପାଣ୍ତିଆନ ଙ୍କ ଗସ୍ତନେଇ ପ୍ରଶାସନ ର କର୍ମତତ୍ପର ପାଇବା ସହ ସଫେଇ କାର୍ଯ୍ୟ ହୋଇଛି।ପୂର୍ବରୁ କେନ୍ଦୁଝର ବିଜେଡ଼ି ସାଂସଦ ଚ଼ନ୍ଦ୍ରାଣୀ ମୁର୍ମୁ ଉତ୍ତମ ରୋଗୀସେବ କରିବାକୁ କହି ଏହାକୁ କାର୍ଯ୍ୟକାରୀ କରିବାକୁ ତାଗିଦ କରିବାରୁ ଏହି କାର୍ଯ୍ୟ ଆରମ୍ଭ କରାଯାଇଥିଲା।ସନ୍ଧ୍ୟାରେ ଜିଲ୍ଲାପାଳ ଆଶିସ ଠାକରେ ମେଡ଼ିକାଲ ବୁଲି ସମସ୍ତ କାର୍ଯ୍ୟ କୁ ତଦାରଖ କରି କରିଛନ୍ତି।

LEAVE A REPLY

Please enter your comment!
Please enter your name here