କେନ୍ଦୁଝର : ଅଜଣା ଗାଡ଼ି ଧକ୍କାରେ ଦୁଇ ଭଉଣୀଙ୍କ ମୃତ୍ୟୁ

0
71

କେନ୍ଦୁଝର(ଆଦ୍ୟାଶା ନ୍ୟୁଜ): କେନ୍ଦୁଝର ସଦର ଥାନା ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ନିବେଦିତା ଦାଶ ଓ ପଙ୍କଜିନୀ ଦାଶ। ସେମାନଙ୍କ ଘର ରାଇସୁଆଁ ଗାଁରେ।

ପ୍ରତିଦିନ ଭଲି ଆଜି ସକାଳେ ଦୁଇ ଭଉଣୀ ମର୍ଣ୍ଣିଂ ୱାକ୍‌ରେ ବାହାରିଥିଲେ। ହେଲେ ସଦର ଥାନା ନିକଟରେ ପଛ ପଟୁ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା।  ଘଟଣାସ୍ଥଳରେ ହିଁ ଦୁଇ ଭଉଣୀଙ୍କ ମୃତୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି।

ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଘଟଣାର ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here