କେନାଲରେ ପାଣି ଯାଉନାହିଁ ଚିନ୍ତାରେ ଚାଷୀ,

0
67

କେନ୍ଦୁଝର(ସଂଜୀବ ସାହୁ/ ଆଦ୍ୟାଶା ନ୍ୟୁଜ ) ବର୍ଷା ନଥିବାରୁ ଚାଷୀମାନେ କିପରି ଚାଷକାର୍ଯ୍ୟକୁ ଆଗେଇ ନେବେ ସେନେଇ ଜଳସମ୍ପଦ ବିଭାଗ ପକ୍ଷରୁ ସାଳନ୍ଦୀ ଡ୍ୟାମରୁ କେନାଲ ଦ୍ୱାରା ବିଭିନ୍ନ ଅଞ୍ଚଳକୁ ପାଣି ଛାଡିଥିବାବେଳେ ହାଟଡିହି ବ୍ଲକ ଓରାଳି ଅଞ୍ଚଳକୁ ଯାଇଥିବା ଦୁଇଟି ମାଇନର କେନାଲରେ ପାଣି ଯାଉନଥିବାରୁ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଚାଷୀ ମାନଙ୍କ ଅଭିଯୋଗ ଅନୁଯାଇ ହାଟଡିହି ବ୍ରାଞ୍ଚ କେନାଲ ସିଲନ୍ଦି ନିକଟରୁ କୋରେଇ ମାଇନର ଓ ଓରାଳି ମାଇନର ନାମରେ ଦୁଇଟି ମାଇନର କେନାଲ ବାହାରିଛି । କୋରେଇ ମାଇନର କେନାଲରୁ ବସନ୍ତିଆ, ଓରାଳି, କ୍ଷେତୁଆଳି, ମୁଦୁଲିପଦା, ବଣିଆରୀ, କଳିଗାଁ ଆଦି ଗ୍ରାମର ଚାଷଜମି ଗୁଡିକ ଜଳସେଚନ ହେଉଥିବାବେଳେ ଓରାଳି ମାଇନର ଦ୍ୱାରା ବରକଣା, ଚାଇପୁର, ରାଁପୁର, ଆପଣ୍ଡା, ସିଜୁଗଡିଆ, ଓରାଳି, କରଞ୍ଜପଦି, ମଧୁରଗଡିଆ, ଅଁର. କଳିଗାଁ ଆଦି ଗ୍ରାମର ଶହଶହ ଏକର ଚାଷଜମି ଜଳସେଚିତ ହୋଇଥାଏ । କିନ୍ତୁ ଜଳସେଚନ ବିଭାଗ ପକ୍ଷରୁ ଦୁଇଦିନ ହେଲା କେନାଲରେ ପାଣି ଛଡାଯାଇଥିଲେ ମଧ୍ୟ ହାଟଡିହି ବ୍ରାଞ୍ଚ କେନାଲର ଗେଟ ଖୋଲାଯାଇ ନଥିବାରୁ ଏହିସବୁ ଗ୍ରାମର ଚାଷଜମି ଜଳସେଚନରୁ ବଞ୍ଚିତ ହୋଇଛି । ଏହାକୁ ନେଇ ଚାଷୀ ମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ଜଳସମ୍ପଦ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଦୁଇଟିଯାକ ମାଇନର କେନାଲ ମାଧ୍ୟମରେ ପାଣିଛାଡି ଉପରୋକ୍ତ ଗ୍ରାମ ଗୁଡିକୁ ଜଳସେଚନର ବ୍ୟବସ୍ଥା କରାଇବାକୁ ଅରୁଣ ପ୍ରଧାନ, ଆନନ୍ଦ ନାୟକ, ରମେଶ ଚନ୍ଦ୍ର ନାୟକ, ଗୋବିନ୍ଦ ଚରଣ ଜେନା, ପ୍ରତାପ ଚନ୍ଦ୍ର ଜେନା, ସୁଧାଶୁଂ ଦକ୍ଷିଣ ରାୟ, ଶଶିକାନ୍ତ ରାଉତ, ବସନ୍ତ ପରିଡା, ରମେଶ ଚନ୍ଦ୍ର ସେଠୀ, ଗୋଲେଖ ଚନ୍ଦ୍ର ମଲତଲିକ, ତ୍ରୀଲୋଚନ ପୁହାଣ, ସରୋଜ ଓଝା, ପ୍ରଭାସ ପଟ୍ଟନାୟକ ପ୍ରମୁଖ ଚାଷୀମାନେ ଦାବି କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here