କୂଷକକଂ ପାଇଁ ନିର୍ମାଣ ହେଲା ଦୋକାନ, ହେଲା ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ

0
101

ବଣାଇଁ ( ରମେଶ ଚନ୍ଦ୍ର ବେହେରା ଆଦ୍ୟାଶା ନ୍ୟୁଜ ) – ବଣାଇଁ କଚେରୀ ଛକ ଠାରେ ଥିବା କୂଷକକଂ ବଜାର ନାମରେ ଆର ଏମ ସି ଅଫିସ ହାତକୁ ନେଇ ପ୍ରଥମେ ଖୋଲା ହେଲା କୂଷକକଂ ପାଇଁ ପିଣ୍ଡି ତିଆରି ହେଲା। ତେବେ ସିମେଣ୍ଟ ପିଣ୍ଡି ତିତିଆରି ହୋଇ ଉପରେ ଚକାଚକ ଭାବେ ଉପରେ ରଗିଂନ ଆଜବେଷ୍ଟ ଦେଇ ଖୁବ ସୁନ୍ଦର ଭାବେ ପିଣ୍ଡି ନିର୍ମାଣର ହେଲା ସତ କିନ୍ତୁ ଏଠାରେ କୂଷକ ମାନେ କିଛି ମାସ ଆସି ଏଠାରେ ବିକ୍ରୀ କରିବା ପରେ ଆଉ ସେଠାରେ ନ ବସି ପୂଣି ସେମାନେ ବାହାରେ ଖୋଲା ଯାଗାରେ ରାସ୍ତାର ଡ୍ରେନ ଉପରେ ପନିପରିବା ଆଣି ଚାଷୀ ମାନେ ବିକ୍ରୀ କରିବାରେ ଲାଗିଲେ। ତେବେ ସେହି କୂଷକ ବଜାରରେ ଖାଲି ପଡିବାରୁ ଏଠାରେ ବିଭିନ୍ନ ପ୍ରକାରର ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଥିଲା।ତେବେ ଯଦି କୌଣସି ପ୍ରକାର ଲାଇଟ ବ୍ୟବସ୍ଥା କରାଯାଇ ଥିଲେ ଆଉ ସେଠାରେ କୌଣସି ମତେ ଅସାମାଜିକ ଆଡ୍ଡାସ୍ଥଳୀ ହୋଇନଥାନ୍ତା। ଯାହାଫଳରେ ଏହାକୁ ଗୁରୁତ୍ୱପୂର୍ଣ୍ଣ ନଦେଇ ତାକୁ ଭାଙ୍ଗି ନୂତନ ୬ଟି ଦୋକାନ ଗୃହ ନିର୍ମାଣ ପାଇଁ ତିଆରି ହେଲା। କିନ୍ତୁ କୂଷକକୁଂ ଦେବା ବଦଳରେ ବ୍ୟବସାୟୀ ମାନଙ୍କୁ ଦୋକାନକୁ ଦିଆଗଲା। କୂଷକକଂ ନାଆଁରେ ସରକାର ବି ରାଜନିତୀ କରୁଥିବା ବେଳେ ଏବେ ବଣାଇଁ ପ୍ରଶାସନ ମଧ୍ୟ କୂଷକକଂ ନାମରେ ରାଜନୀତି କରି ଅନ୍ୟ କିଛି ଜଣ ଦୋକାନ ବ୍ୟବସାୟୀଙ୍କୁ ଖୋଲିବା ପାଇଁ ଦିଆଗଲା। ପ୍ରଶାସନ ଧନୀଙ୍କୁ ସବୁକିଛି ଗରିବମାନଙ୍କୁ ଠେଙ୍ଗା। ଏବେ କୂଷକକଂ ମାନେ ପନିପରିବା ବିକ୍ରୀ କରିବା ପାଇଁ ଏବେ ଖୋଲା ଆକାଶ ତଳେ ଚାଷୀ ମାନେ ପନିପରିବା ଆଣି ବିକ୍ରୀ କରୁଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ଚାଷୀ ବିକ୍ରୀ କରୁଥିବାରୁ ମାହାସୁଲ ଆଦାୟ କରିବା ଛାଡୁ ନିହାନ୍ତି। ତେବେ ଏହି କୂଷକ ନାମରେ ଖୋଲା ଯାଇଥିବା ବ୍ୟବସାୟୀଙ୍କ ଠାରୁ ପଞ୍ଚାୟତରେ ବା ରାଜସ୍ବ ବିଭାଗକୁ ଏକ ଲକ୍ଷ୍ୟ ଟଙ୍କା ନେଇ ତାଙ୍କୁ ଦିଆଯାଇ ଥିବା ଜଣାପଡ଼ିଛି । ଏଠାରେ ଏବେ କିଏତ ଚପଲ ଦୋକାନ ତ କିଏ ଇଲେଟ୍ରିକ୍ ଦୋକାନ ଖୋଲାଯାଇଛି। ଗୋଟିଏ ମାତ୍ର ଲୋକଙ୍କୁ ଦେଖାଣିଆ ପନିପରିବା ବିକ୍ର କରିବା ପାଇଁ ଦିଆଯାଇଛି । ତେବେ ଯଦି ଏଠାରେ ବିଭିନ୍ନ ପ୍ରକାରର ଦୋକାନୀକୁ ଖୋଲିବା ପାଇଁ ପ୍ରସ୍ତାବ ଥିଲା ଆଗରୁ କାହିଁକି ଏପରି ନିତି କରାଗଲା ତାହା ପ୍ରଶ୍ନ ବାଛି ସ୍ରୁଷ୍ଟି କରୁଛି । କୂଷକକଂ ନାମରେ ହେଲେ କିନ୍ତୁ ଭୋଗ କରୁଛନ୍ତି ଆଉ କିଏ। ଉକ୍ତ ଏହି ସ୍ଥାନରେ ଦୋକାନ ଗୃହ ଖୋଲିଲା ତେବେ ଅନ୍ୟ ମାନଙ୍କୁ ଦିଆଗଲା ଯାହାଫଳରେ ଜନସାଧାରଣ ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବରୁ ଯେଭଳି ଥିଲା କୃଷକ ମାନେ ସେହିପରି ଏଠାରେ ପ୍ରତ୍ୟେକ ଦିନ ଆସି ଅକୃଷକ ମାନେ କଚେରୀ ଛକ ନିକଟରେ ରାସ୍ତା କଡରେ ଖୋଲା ଆକାଶ ତଳେ ବସି ପନିପରିବା ବିକ୍ର କକରୁଥିବା ଦେଖିବାକୁ ମିଳିଛି। ତେବେ କୃଷକ ଦୋକାନରେ କୃଷକ ମାନେ ଦୋକାନ ଗୃହ ନପାଇ ଏଠାରେ ବ୍ୟବସାୟୀ ମାନେ ଭୋଗ କରୁଥିବା ଚର୍ଚ୍ଚା ହେଉଥିବା ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here