କିରାସିନି ଢାଳି ମା ଓ ଶିଶୁଙ୍କ ଆତ୍ମହତ୍ୟା ଉଦ୍ୟମ

0
64

ଦେବଗଡ଼/ରିଆମାଲ, (ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ ) ରିଆମାଲ ବ୍ଲକ ଗୁଣ୍ଡିଆପାଲି ପଂଚାୟତ ଅଧିନସ୍ଥ ଚସୁପାଲି ଗ୍ରାମରେ ଗତ ଗୁରୁବାର ସନ୍ଧ୍ୟା ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଶ୍ୱସ୍ତ ସୂତ୍ରରୁ ଜଣା ପଡେ ଚସୁପାଲି ଗ୍ରାମର ଗନ୍ଧର୍ବ ଓରାମ ଙ୍କ ସ୍ତ୍ରୀ ସୁକାନ୍ତି ଓରାମ ଘରେ କେହିନ ଥିବା ସମୟ ରେ ନିଜ ଦେହରେ ଓ ସାଢ଼େ ୩ବର୍ଷର ନିଜ ଜନ୍ମ କଲା କଅଁଳ ଶିଶୁ ଝିଲି ଓରାମ ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ସମୟ ରେ କୌଣସି କାମ ରେ ବାହାରକୁ ଯାଇଥିବା ନିଜ ସ୍ୱାମୀ ଓ ଦିଅର ଘରକୁ ଆସି ଦେଖନ୍ତି ଧୁଆଁ ଉଠୁଛିଓ ଚିତ୍କାର ଶୁଭୁଚି । ସ୍ୱାମୀ ଦିଅର ଜଳନ୍ତା ନିଆଁ ଭିତରୁ ମା ଓ ଶିଶୁଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ , କିନ୍ତୁ ମା ଓ ଶିଶୁ ଉଭୟ ଗୁରୁତର ଥିବାରୁ ବୁର୍ଲା ଡାକ୍ତର ଖାନା କୁ ସ୍ଥାନାନ୍ତରିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here