କାହା ଛତ୍ରଛାୟା ତଳେ ଚାଲିଛି ମଣ୍ଟେକାର୍ଲୋ କମ୍ପାନୀ, ଖବର ପ୍ରକାଶ ପରେ ବି ଚେତୁନାହିଁ, ଏବେବି ଧୂଳିମୟ ୪୯ ନମ୍ବର ରାଜପଥ

0
69

କେନ୍ଦୁଝର(ସଂଜୀବ ସାହୁ/ଆଦ୍ୟାଶ ନିଉଜ) : ପାଟଣା କେନ୍ଦୁଝର ଦେଇ ଯାଇଥିବା ୪୯ ନମ୍ବର ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି । ପାଟଣା ବ୍ଲକର ଖିରେଇଟାଙ୍ଗିରି ଠାରୁ ତୁରୁମୁଙ୍ଗା ପର୍ଯ୍ୟନ୍ତ ଏହି ରାସ୍ତା କାମର ସମ୍ପ୍ରସାରଣ ଜାରି ରହିଛି କିନ୍ତୁ ସଂସ୍ଥାର ଖାମାଖିଆଲି ମନୋଭାବ ଯୋଗୁଁ ଲୋକେ ଏବେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ରାସ୍ତା କାର୍ଯ୍ୟରେ ପ୍ରବଳ ଧୂଳି ଉଡୁଥିବା ଦେଖିବାକୁ ମିଳିବା ସହ ଅଭିଯୋଗ ମଧ୍ୟ ହୋଇଥିଲା । ଏ ସମ୍ପର୍କରେ ଓଡ଼ିଆପୁଅରେ ମଧ୍ୟ ଖବର ପ୍ରକାଶ ହୋଇଥିଲା । ହେଲେ ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ କିମ୍ବା କମ୍ପାନୀ ପକ୍ଷରୁ କୌଣସି ପ୍ରତିକାର କରାଯାଇନାହିଁ । ଫଳରେ ଜନସାଧାରଣଙ୍କ ଅସନ୍ତୋଷ ଏବେ ଆନ୍ଦୋଳନର ଦାନା ବାନ୍ଧିବା ସହ କାର୍ଯ୍ୟରତ ସଂସ୍ଥା ଏବଂ ପ୍ରଶାସନ ଉପରେ ଆଙ୍ଗୁଠି ଉଠୁଛି । ଅଭିଯୋଗ ଅନୁଯାୟୀ ଏହି ରାସ୍ତାରେ ଧୂଳି ଏତେ ମାତ୍ରାରେ ଉଡ଼ୁଛି ଯେ ବାଇକ ଚାଳକ ଓ ସାଇକେଲ ଆରୋହୀ, ପଥଚାରି କିଛି ଦେଖି ପାରୁନାହାନ୍ତି । ଜନ ସାଧାରଣଙ୍କ ପକ୍ଷରୁ ଏହି ରାସ୍ତାକାମ ସମୟରେ ଦୈନିକ ୪ରୁ ୫ଥର ପାଣି ସିଞ୍ଚନ କରିବା ପାଇଁ ଦାବି ହେଉଛି । କମ୍ପାନୀ କର୍ତୃପକ୍ଷ କେବଳ ଥରେ ମାତ୍ର ପାଣି ପକାଇ ଚୁପ ହୋଇ ବସିଛନ୍ତି । ଫଳରେ ସ୍ଥାନୀୟ ବାସିନ୍ଦା ଓ ରାସ୍ତାକଡ଼ରେ ଥିବା ଦୋକାନୀମାନେ ଏହି ଧୂଳି ଧୂଆଁରେ ପ୍ରଭାବିତ ହୋଉଛନ୍ତି । ଏପରିକି ଜଳଖିଆ ଦୋକାନର ଖାଦ୍ୟ ଉପରେ ମଧ୍ୟ ଧୂଳିର ଆସ୍ତରଣ ଜମାଟ ବାନ୍ଦୁଛି । ଏଥିସହ ଆକାଶରେ ଏହି ଧୂଳି କୁହୁଡିର ଭ୍ରମ ସୃଷ୍ଟି କରୁଛି । ଯଥାଶୀଘ୍ର କମ୍ପାନୀ ତରଫରୁ ଧୂଳି ପାଇଁ କୌଣସି ପଦକ୍ଷେପ ନିଆ ନଗଲେ ଏ ଅଞ୍ଚଳର ଜନସାଧାରଣରେ ନାନା ରୋଗ ବ୍ୟାପିବାର ଆଶଙ୍କାକୁ ତିଳେ ମାତ୍ର ଏଡାଇ ହେବ ନାହିଁ । ଘଟଣା ସମ୍ପର୍କରେ ମଣ୍ଟେକାର୍ଲୋ କର୍ତୃପକ୍ଷ ଶ୍ରୀ ପଟ୍ଟନାୟକଙ୍କୁ ପଚାରିବାରୁ ପ୍ରବଳ ଖରା ହେଉଥିବା ଯୋଗୁଁ ପାଣି ପକା ଯାଉଥିଲେ ମଧ୍ୟ ଧୂଳି ଉଡୁଛି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here