କାଳିଆ ଙ୍କୁ ମିଳିଲା ନାହିଁ କାଳିଆ ଟଂକା

0
105

ଅନଗୁଳ ( ଅମୃତ ସାଗର ପ୍ରଧାନ/ଆଦ୍ୟାଶ| ନିଉଜ ) – ଅନଗୁଳ ଜିଲ୍ଲା ଛେଣ୍ଡିପଡ଼ା ବ୍ଲକ ର ନୂଆଗାଁ ପଂଚାୟତ ରେ ବାସ କରନ୍ତି କାଳିଆ ସେଠି ,ବୟସ -୫୦ ,୫ ପ୍ରାଣୀ କୁଟୁମ୍ବ ର ସଂସାର | ଚାଷ ଜମି ନାମକୁ ମାତ୍ର ,ଚାଷ ଛାଡି ଅନ୍ୟ ସମୟ ରେ ଗାଁ ରେ ଥିବା ମାନସ ପ୍ରଧାନ (ବେଣୁ ପ୍ରଧାନ ) ଙ୍କ ହଲର ରେ କାମ କରି ନିଜ ପରିବାର ର ଗୁଜୁରାଣ ମେଣ୍ଟାନ୍ତି |କାଳିଆ ଭାରି ଖୁସି ହୋଇଯାଇଥିଲେ ରାଜ୍ୟ ସରକାର ଙ୍କ କାଳିଆ ଯୋଜନା ବିଷୟ ରେ ଜାଣି |

ପଂଚାୟତ କାର୍ଯ୍ୟାଳୟ ରେ ଟଂକା ନାମ ହିତାଧିକାରୀ ତାଲିକା ରେ ଥିବାର ଜାଣି ରାଜ୍ୟ ସରକାର ଙ୍କ ଉପରେ ଖୁସି ରେ ଗଡ଼ଗଡ଼ ହୋଇଯାଇଥିଲେ ପରିବାର ର ସମସ୍ତ ସଦ୍ୟସ | ହେଲେ ସେ ଖୁସି ଆଉ ଏବେ ନାହିଁ |ଖାଲି ନାଁ ସିନା ତାଲିକା ରେ ଅଛି ,କିନ୍ତୁ ବ୍ୟାଙ୍କ ଖାତା କୁ ଟଂକା ଆସି ନାହିଁ |କାଳିଆ ସେଠି ଙ୍କ ପରି ବହୁ ବ୍ୟକ୍ତି ଙ୍କ ଖାତା କୁ ଏପର୍ଯ୍ୟନ୍ତ ଟଂକା ଆସି ନଥିବାର ଅଭିଯୋଗ ହୋଇଛି | ଏହା କେବଳ ନିର୍ବାଚନ ଭେଳିକି ବୋଲି ସାଧାରଣ ରେ ଆଲୋଚନା ହେଲାଣି |

LEAVE A REPLY

Please enter your comment!
Please enter your name here