କନ୍ୟା ଭ୍ରୁଣ ହତ୍ୟା ଉଦ୍ୟମ ! ନର୍ସିଂ ହୋମ୍‌ରେ ପଡ଼ିଲା ତାଲା

0
64

ନୟାଗଡ଼ (ଆଦ୍ୟାଶା ନ୍ୟୁଜ): ନୟାଗଡ଼ରେ ପୁଣି କନ୍ୟାଭ୍ରୁଣ ହତ୍ୟା ଉଦ୍ୟମ ଅଭିଯୋଗ। ବେଆଇନ ଗର୍ଭପାତ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ନୟାଗଡ଼ର ଏକ କ୍ଲିନିକ ଉପରେ ଚଢାଉ କରିଥିଲା ଜିଲ୍ଲା ପ୍ରଶାସନର ଏକ ଟିମ୍। ନୟାଗଡ଼ ତହସିଲଦାର ଓ ଟାଉନ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଏହି ଚଢାଉ ହୋଇଥିଲା। ଗର୍ଭପାତ ପାଇଁ ଆସିଥିବା ମହିଳାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବେଆଇନ ଗର୍ଭପାତ କରାଉଥିବା ଅଭିଯୋଗରେ ସଂପୃକ୍ତ ଲାବୋରେଟୋରି ମାଲିକ ଶ୍ରୀଧର ପ୍ରଧାନକୁ ଅଟକ ରଖିଛି ପୋଲିସ। ମହିଳା ଜଣକ କଟକ ଜିଲ୍ଲାର ବୋଲି ଜଣାପଡ଼ିଛି । ମହିଳାଙ୍କ ପୁର୍ବରୁ ଦୁଇଟି ଝିଅ ଅଛନ୍ତି। ଏଥର ଗର୍ଭରେ ଝିଅ ଥିବା ଜାଣି ଗର୍ଭପାତ କରାଇବାକୁ ଆସିଥିବା ସେ କହିଛନ୍ତି। ପୋଲିସ ସଂପୃକ୍ତ ନର୍ସିଂ ହୋମ୍‌ରେ ତାଲା ପକାଇ ତଦନ୍ତ ଆରମ୍ଭ କରିଛି। ନର୍ସିଂହୋମ୍‌ର ୨ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

LEAVE A REPLY

Please enter your comment!
Please enter your name here