କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରିବା ଘଟଣା :ଜାମିନ୍‌ ମିଳିଲା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ

0
57

ଭୁବନେଶ୍ୱର (ରଶ୍ମିତା ରାଉତ /ଆଦ୍ୟାଶା ନ୍ୟୁଜ): ପୂର୍ତ୍ତବିଭାଗ ଜେଇ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍‌ କରିବା ଘଟଣାରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଜାମିନ ମିଳିଛି। ୨୫ ହଜାର ଟଙ୍କା ଏବଂ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଜେଙ୍କ କୋର୍ଟ। ଏହା ସହିତ ତଦନ୍ତରେ ସାହାଯ୍ୟ କରିବା ପାଇଁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ   ଯେ, ନିମ୍ନମାନର ରାସ୍ତାକାମ ଯୋଗୁ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ବିଧାୟକ ମେହେର ସର୍ବସମ୍ମୁଖରେ ଉଠବସ୍‌ କରାଇଥିଲେ। ଏହାର ଏକ ଭିଡିଓ ଗତ ଜୁନ୍‌ ୬ ତାରିତରେ ଭାଇରାଲ ହୋଇଥିଲା। ଏହି ଭିଡିଓ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବିଧାୟକଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଥିଲା। ତାଙ୍କୁ ଗିରଫ କରିବାକୁ ବିଭିନ୍ନ ଆଦିବାସୀ ସଂଗଠନ ଦାବି କରିଥିଲେ।
ଅପମାନର ଶିକାର ହୋଇଥିବା କନିଷ୍ଠ ଯନ୍ତ୍ରୀଙ୍କ ସ୍ତ୍ରୀ ପ୍ରବୀଣା ରାଜସିଂହ ଏ ନେଇ ପାଟଣାଗଡ଼ ଥାନାରେ ଏତଲା ଦେବା ପରେ ଏକ ମାମଲା ରୁଜୁ ହୋଇଥିଲା। ପରେ ତାଙ୍କୁ ପୋଲିସ ଗିରଫ କରିଥିଲା। ରାଜ୍ୟର ସମସ୍ତ ବିଧାୟକ ଏବଂ ସାଂସଦଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ଶୁଣାଣି କରିବା ପାଇଁ ଭୁବନେଶ୍ୱରରେ ସ୍ପେଶିଆଲ ଜଜ୍ ନିଯୁକ୍ତ କରାଯାଇଛି। ତେଣୁ ଏହି ମାମଲା ପାଟଣାଗଡ଼ ଏଡିଜେ କୋର୍ଟରୁ ଏଠାକୁ ସ୍ଥାନାନ୍ତର ହୋଇଛି। ପାଟଣାଗଡ଼ରୁ ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here