କଣ୍ଢଲ ଗ୍ରାମ ପଞ୍ଚାୟତ ରେ, ଜିଲ୍ଲା ପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

0
46

ଦେବଗଡ଼/ କଣ୍ଢଲ ( ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ ) ବାରକୋଟ ବ୍ଲକ ଅନ୍ତର୍ଗତ କଣ୍ଢଲ ଗ୍ରାମପଞ୍ଚାୟତ ଠାରେ ଜିଲ୍ଲା ପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ଜିଲ୍ଲା ପାଳ ଶ୍ରୀ ସୁଧାଂଶୁ ମୋହନ ସାମଲ ଉପସ୍ଥିତ ଜନ ସାଧାରଣ ଙ୍କ ୬୨ ଦରଖାସ୍ତ ର ଶୁଣାଣି କରି ଏହା ଉପରେ ଆବଶ୍ୟକୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ଗ୍ରହଣ କରାଯାଇଥିବା ଦରଖାସ୍ତ ଗୁଡିକ ମଧ୍ୟରୁ ୫୬ ଟି ବ୍ୟକ୍ତିଗତ ଓ ୬ ଟି ସାମୁହିକ ସମସ୍ୟା ଉପରେ ରହିଥିଲା । ଶିବିରରେ ତତ କ୍ଷଣାତ ୩୬ ଟି ଦରଖାସ୍ତ ର ଶୁଣାଣି କରାଯାଇ ସମସ୍ୟାର ସମାଧାନ କରାଯାଇଥିଲା । ଜିଲ୍ଲା ପାଳ ଶ୍ରୀ ସାମଲ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ବଳମ ଗ୍ରାମର ଜ୍ଞାନବ୍ରତ ସାହୁଙ୍କୁ ୬୦୦୦/ ଟଙ୍କା ସହାୟତା ପ୍ରଦାନ କରିଥିଲେ । ଶିବିରରେ ଯୋଗ ଦେଇଥିବା ଜନ ସାଧାରଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ଯୋଗାଇବା ଆର୍ଥିକ ସାହାଯ୍ୟ , ସ୍କୁଲ ଗୃହ, ଘର ଡିହ, ଖେଳ ପଡିଆ ସୁରକ୍ଷା, ଷ୍ଟାଇଫେନ, ଜମି ବିବାଦ, ବି ପି ଏଲ ବିଦ୍ୟୁତ ସଂଯୋଗ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ର ପ୍ରିମିଓମ ପୈଠ ସମ୍ୱନ୍ଧୀୟ , ରାସ୍ତା ନିର୍ମାଣ, ଚାଉଳ ନ ପାଇବା, ନୂତନ ବିଦ୍ୟୁତ ସଂଯୋଗ,ସମାରଖାଇ ବସ ଷ୍ଟାଣ୍ଡ ରେ ମଦ୍ୟପ ମାନଙ୍କ ପ୍ରାଦୁର୍ଭାବ, ନୂତନ ରାସ୍ତା ନିର୍ମାଣ, ରାସ୍ତା ମଝିରେ ଘର ନିର୍ମାଣ , କଣ୍ଢଲ ରେ ନିମ୍ନ ମାନ ର ବିଦ୍ୟୁତ ସେବା, ଆଦି ବିଷୟ ଗୁଡିକ ଉପରେ ଜିଲ୍ଲା ପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶିବିରରେ ଆରଖି ଅଧିକ୍ଷକ ରାହୁଲ ଜୈନ, ପ୍ରକଳ୍ପ ନିର୍ଦେଶକ ଭୀମସେଣ୍ଟ ପୁନମକାନ୍ତ ଏକ୍କା, ଉପ ଜିଲ୍ଲାପାଳ କୂଳବନ୍ଧୁ ଭୋଇ, ବାରକୋଟ ବି ଡି ଓ ଟୁନୁ ମେହେରଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here