କଟକ ରେ ଏନ୍‌କାଉଣ୍ଟର: ଅପରାଧୀର ବୋମାମାଡରେ ମାଲଗୋଦାମ ଥାନା ଆଇଆଇସିଙ୍କ ସମେତ ୩ ପୁଲିସ ଆହତ

0
151

କଟକ: କଟକ ମାଲଗୋଦାମ୍‌ ଅଞ୍ଚଳରେ ପୁଲିସ ଗତକାଲି ମଧ୍ୟରାତ୍ରିରେ ଏନ୍‌କାଉଣ୍ଟର କରିଛି। ପୁଲିସର ଏହି ଏନ୍‌କାଉଣ୍ଟରରେ ଜଣେ ଅଭିଯୁକ୍ତ ଆହତ ହୋଇଥିବା ସୂଚନା ମିଳିଛି। ଉକ୍ତ ଅଭିଯୁକ୍ତ ଜଗତସିଂହପୁରର ମୁରଲି କୁମାର ସ୍ୱାଇଁଙ୍କ ପୁଅ ମନୁଆ ଓରଫ ମନୋଜ ସ୍ୱାଇଁ ବୋଲି ଜଣାପଡ଼ିଛି। ମନୁଆର ବାମ ଗୋଡରେ ଗୁଳି ବାଜିଛି। ତାକୁ ଏସ୍‌ସିବିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ମନୋଜ ମାଲଗୋଦାମ ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିଲା। ତେବେ ପୁଲିସ ମନୋଜକୁ ଧରିବା ପାଇଁ ତଦନ୍ତ ଚଲାଇଥିଲା। ଗତକାଲି ବିଳମ୍ବିତ ରାତିରେ ବିଶେଷସୂତ୍ରରୁ ସୂଚନା ପାଇ ମାଲଗୋଦାମ ଆଇଆଇସି ରବି ନାରାୟଣ ଭଞ୍ଜ ପୁଲିସ ଟିମ୍‌ ସହିତ ବିଶ୍ୱଗୁରୁ ଲ କଲେଜ ନିକଟସ୍ଥ ମହାନଦୀ କୂଳରେ ରାତି ୧.୩୦ରେ ପହଞ୍ଚିଥିଲା। ସେଠାରେ ଏକ ପାଣିଟାଙ୍କି ନିକଟରେ ପୁଲିସ ମନୁଆ ଓରଫ ମନୋଜ କୁମାର ସ୍ୱାଇଁ ଉପରେ ଆକସ୍ମିକ ଚଢ଼ାଉ କରିଥିଲା। ଏହି ସମୟରେ ମନୋଜ ପୁଲିସ ଉପରକୁ ବୋମାମାଡ କରିଥିଲ। ଫଳରେ ମାଲଗୋଦାମ ଆଇଆଇସି ରବିନାରାୟଣ ଭଞ୍ଜଙ୍କ ସହ ଏସ୍‌ଆଇ ସୁନିଲ ଯାଦବ ଓ ହାବିଲଦାର ଗୁଲାମ୍‌ ମହମ୍ମଦ ବି ଏଥିରେ ଆହତ ହୋଇଛନ୍ତି। ପୁଲିସ ଗୁଳିରେ ମନୋଜ ବି ଆହତ ହୋଇ ଚିକିତ୍ସିତ ହେଉଛି।

ମନୋଜ ନିକଟରୁ ପୁଲିସ ତିନିଟି ବୋମା ଭର୍ତ୍ତି ବ୍ୟାଗ୍‌ ଜବତ ବି କରିଛି। ଏହି ବ୍ୟାଗରେ ଥିବା ତିନିଟି ବୋମାକୁ ସେଠାରେ ନିଷ୍କ୍ରିୟ କରି ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here