କଂଗ୍ରେସ ର ମହାସମ୍ମିଳନି

0
109

ଦେବଗଡ଼ -( ରିପୋର୍ଟ ଆଲୋକ ପ୍ରସାଦ , ଆଦ୍ୟାଶା ନ୍ୟୁଜ) ଦେବଗଡ଼ ଜିଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ତିଳେଇବଣୀ ବ୍ଲକ ର , ପାରପୋଷି ଗ୍ରାମ ପଂଚାୟତ ଅଧିନସ୍ଥ ଟିପିରସିଙ୍ଗା ଗ୍ରାମ ରେ , ଏକ ବିଶାଳ କଂଗ୍ରେସ ସଂମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସଂମିଳନୀ ରେ ବିପୁଳ ଜନ ସମାଗମ ଦେଖିବାକୁ ମିଳିଥିଲା । ଏହି ଗ୍ରାମପଞ୍ଚାୟତ ଟି ଏକ ମାଓ ପ୍ରଦ୍ୟୁସିତ ଅଂଚଳ ହୋଇଥିଲେ ମଧ୍ୟ ଏହି ଗ୍ରାମ ପଂଚାୟତ ନିକଟରେ ଥିବା ଉର୍ଦ୍ଧ ଆବାଳ ବୃଦ୍ଧ ବନିତା , କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ଉମାସଙ୍କର ସାହୁ ଓ ସମ୍ବଲପୁର ସାଂସଦ ପ୍ରାର୍ଥୀ ଶ୍ରୀ ଶରତ ପଟନାୟକ ଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଏହି ସଭାରେ ଟିପିରସିଙ୍ଗା ଗ୍ରାମବାସୀ , ଉମାଶଙ୍କର ସାହୁଙ୍କ ସହିତ ହୋତ ପୃତ ଭାବେ ଜଡ଼ିତ ଓ ଶ୍ରୀ ସାହୁଙ୍କ ଏହି ଗ୍ରାମପ୍ରତି ଅହେତୁକ ଅବଦାନ ଥିବାରୁ , ଗ୍ରାମବାସୀ ଶ୍ରୀ ସାହୁଙ୍କୁ ଭୁ ୟସୀ ପ୍ରଶଂସା କରିବା ସହିତ କଂଗ୍ରେସ କୁ ଭୋଟ ଦେଇ ଉମାସଙ୍କର ସାହୁ ଙ୍କୁ ଜିତେଇବେ ବୋଲି ମତ ବ୍ୟକ୍ତ କରିଥିଲେ । ଏହା ଛଡା ଏହି ଜନସମାଗମ ରେ ଶ୍ରୀ ସାହୁ ଏବଂ ସମ୍ବଲପୁର ସାଂସଦ ପ୍ରାର୍ଥୀ ଶ୍ରୀ ଶରତ ପଟ୍ଟନାୟକ ଙ୍କୁ ଯେଉଁ ଗୀତ ବାଦ୍ୟ ଓ ନୃତ୍ୟ ର ତାଳରେ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ତାହା ବାସ୍ତବ ରେ କୌଣସି ରାଜା ମହାରାଜ ଙ୍କ ସ୍ୱାଗସ୍ତ ଠାରୁ କମ ନୁହଁ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।

 

 

LEAVE A REPLY

Please enter your comment!
Please enter your name here