କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ସାଧୁ ନେପାକ

0
106

ବରଗଡ଼ (ଆଦ୍ୟାଶ| ନିଉଜ /ମୁକୁନ୍ଦ ଦାଶ ) : ଆସନ୍ତା ସାଧାରଣ ନିର୍ବାଚନ ପାଇଁ  କଂଗ୍ରେସ ପ୍ରାର୍ଥୀ  ତାଲିକାରୁ ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ନାମ ନ ଥିବାରୁ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରାର୍ଥୀ ତାଳିକାରୁ ବାଦ୍‌ ଦେବା ପରେ ତାଙ୍କ ସମର୍ଥକମାନେ ବାଧ୍ୟ କରିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି। ସେହିପରି ଆଗାମୀ ଦିନରେ କୌଣସି ଦଳରେ ଯୋଗଦେବା ତାଙ୍କ ଯୋଜନା ନାହିଁ। ଜନସାଧାରଣ, ନିଜ କର୍ମୀ ଓ ସମର୍ଥକମାନେ ଯାହା ନିଷ୍ପତ୍ତି ନେବେ ତାକୁ ପାଥେୟକରି ସେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ନେପାକ କହିଛନ୍ତି।

ନେପାକ ୨୦୦୪ ସାଧାରଣ ନିର୍ବାଚନରେ ପ୍ରଥମେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ସେତେବେଳେ ତତ୍କାଳୀନ ବିଜେଡି ପ୍ରାର୍ଥୀ ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କଠାରୁ ହାରିଥିଲେ। ୨୦୦୯ ନିର୍ବାଚନରେ ନେପାକ ସ୍ବର୍ଗତ ଆଚାର୍ଯ୍ୟଙ୍କୁ ହରାଇଥିଲେ। ସେହିପରି ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ବର୍ଗତ ଆଚାର୍ଯ୍ୟଙ୍କ ପୁଅ ଦେବେଶଙ୍କଠାରୁ ପରାଜିତ ହୋଇଥିଲେ। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦଳ ତାଙ୍କୁ ପୁଣି ପ୍ରାର୍ଥୀ କରିବ ବୋଲି ନେପାକ ଓ ତାଙ୍କ ସମର୍ଥକମାନେ ମନରେ ଆଶା ବାନ୍ଧିଥିଲେ।

LEAVE A REPLY

Please enter your comment!
Please enter your name here