କଂଗ୍ରେସରେ ମିଶିଲେ ବରିଷ୍ଠ ନେତା ନବୀନ ନନ୍ଦ

0
98

ଭୁବନେଶ୍ୱର (ଆଦ୍ୟାଶା ନ୍ୟୁଜ) : ବିଜେଡିରୁ ନିଲମ୍ବିତ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଆଜି କଂଗ୍ରେସରେ ମିଶିଛନ୍ତି। ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ମହାମିଶ୍ରଣ କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଥିଲେ। ଏହା ସହିତ ତାଙ୍କ ଯୋଗଦାନକୁ ନେଇ କିଛି ଦିନ ହେଲା ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି
ଢେଙ୍କାନାଳର ବରିଷ୍ଠ ନେତା ନବୀନ ନନ୍ଦ କଂଗ୍ରେସରେ ଯୋଗ ଦେଇଥିବାରୁ ଏହା ଦଳ ପାଇଁ ଶୁଭ ସୂଚନା ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ।  ଢେଙ୍କାନାଳ ଜିଲ୍ଲା ଗଁଦିଆଁର ପୂର୍ବତନ ବିଧାୟକ ନବୀନ ନନ୍ଦ କେଉଁ ଦଳକୁ ଯିବେ ତାକୁ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଲାଗି ରହିଥିଲା

LEAVE A REPLY

Please enter your comment!
Please enter your name here