ଓଡ଼ିଶା ଗସ୍ତ ପୂର୍ବରୁ ଟ୍ୱିଟ୍‌ କରି ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

0
90

ଭୁବନେଶ୍ୱର (ଆଦ୍ୟାଶ| ନିଉଜ): ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।କେନ୍ଦ୍ର ସରକାର ରିଲିଫ ଏବଂ ଥଇଥାନ କ୍ଷେତ୍ରରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ଓଡ଼ିଶା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି।

ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ଏଥିସହ ଆକାଶ ମାର୍ଗରୁ କ୍ଷୟକ୍ଷତିର ଅନୁଧ୍ୟାନ ମଧ୍ୟ କରିବେ ମୋଦି।  ଏହା ପରେ ୯ଟା ୪୦ରୁ ୧୦ଟା ମଧ୍ୟରେ ଭୁବନେଶ୍ୱର ବିମାନ ବନ୍ଦର ଟର୍ମିନାଲ ୧ ରେ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟ ସରକାରଙ୍କ ସହ ଫୋନି କ୍ଷୟକ୍ଷତି ନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

‘ଫୋନି’ ଉପକୂଳ ଓଡ଼ିଶା ବିଶେଷ କରି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ବିଜେପି ପକ୍ଷରୁ ଅଧିକ ସହାୟତା ପାଇଁ ନିବେଦନ କରାଯିବ ବୋଲି ଦଳର ରାଜ୍ୟ ଉପ-ସଭାପତି ସମୀର ମହାନ୍ତି କହିଛନ୍ତି।

Coming Soon
ଆପଣଙ୍କୁ ଏହି ଖବରଟି କିପରି ଲାଗିଲା
ଆପଣଙ୍କୁ ଏହି ଖବରଟି କିପରି ଲାଗିଲା
ଆପଣଙ୍କୁ ଏହି ଖବରଟି କିପରି ଲାଗିଲା

LEAVE A REPLY

Please enter your comment!
Please enter your name here