ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପାଇଁ ଚୟନ ୧୯ରେ

0
59

ନୂଆଦିଲ୍ଲୀ, – ଆସନ୍ତାମାସରେ ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପାଇଁ ଭାରତୀୟ କ୍ରିକେଟ ଦଳ ଚୟନ ଚଳିତ ମସ ୧୯ ତାରିଖରେ ହେବ। ଅଗଷ୍ଟ ୩ରୁ ଆୟୋଜକ ଦେଶ ବିପକ୍ଷ ସୀମିତ ଓଭର ସିରିଜରେ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନା ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନ ନାହିଁ। ଜୁଲଇ ୯ରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲରେ ଭାରତର ପରାଜୟ ପରେ ଧୋନୀଙ୍କ ଭବିଷ୍ୟତ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ୩୮ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଗାମୀ କିଛି ଦିନ ମଧ୍ୟରେ ତାଙ୍କର ଅବସର ଘୋଷଣା କରିବେ ବୋଲି ଆଶା କରାଯାଉଛି। ଚୟନକର୍ତ୍ତାମାନଙ୍କ ବୈଠକ ଜୁଲାଇ ୧୯ରେ ମୁମ୍ବାଇରେ ବସିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଫିସିଆଲଙ୍କୁ ଏ ସମ୍ପର୍କରେ ପଚରାଯିବାରେ ସେ କହିଥିଲେ, ମୁଁ ଯଦି କହିବି ଧୋନୀ ବିଶ୍ୱକପ୍‌ରେ ଭଲ ଖେଳିଥିଲେ ବୋଲି ତେବେ କେତେକେ କହିବେ ସେ ମୋ ନିଜ ଲୋକ ବୋଲି। ତେଣୁ ଧୋନୀ ଏ ସମ୍ପର୍କରେ ନିଜେ ଯହା ନିଷ୍ପତ୍ତି ନେବେ। ଏଠାରେ ପ୍ରଶାସକ କମିଟି (ସିଓଏ) ବୈଠକ ପରେ ବିସିସିଆଇ ଅଫିସିଆଲ ଜଣଙ୍କ ଏକଥା କହିଛନ୍ତି। ତିନୋଟି ୨୦ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଦିନିକିଆକୁ ନେଇ ଖେଳାଯିବାକୁଥିବା ସୀମିତ ଓଭର ସିରିଜ ପାଇଁ ଅଧିନାୟକ ବିରାଟ କୋହଲି ଏବଂ ପ୍ରମୁଖ ପେସ୍‌ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯିବ ବୋଲି ଆଶା କରାଯାଉଛି। ତେବେ ପରେ ଖେଳାଯିବାକୁଥିବ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବେଳକୁ ଉଭୟେ ଭାରତୀୟ ଦଳ ସହିତ ଯୋଗଦେବେ। ଆହୁରି ମଧ୍ୟ ଓପନର ଶିଖର ଧାଓ୍ବନ ଏହି ଟୁର୍‌ ପାଇଁ ଉପଲବ୍ଧ ହେବେ କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବିଶ୍ୱକପ୍‌ ବେଳେ ତାଙ୍କର ଏକ ବୃଦ୍ଧାଙ୍ଗୁଳିରେ ଆଘାଲ ଲାଗିବରୁ ଟୁର୍ନାମେଣ୍ଟ ମଝିରୁ ସେ ବାଦ୍‌ ପଡ଼ିଥିଲେ। ମାଞ୍ଚେଷ୍ଟର ସେମିଫାଇନାଲରେ ଭାରତର ପରାଜୟ ପରେ ଦଳର ପ୍ରଦର୍ଶନ ନେଇ ଆଲୋଚନା କରିବ ଲାଗି ବିନୋଦ ରୟଙ୍କ ନେତୃତ୍ୱାଧୀନ ପ୍ରଶାସକ କମିଟିର ଏହା ଥିଲା ପ୍ରଥମ ବୈଠକ। ସିଇଓ ରାହୁଲ ଜୋହରି ଲଣ୍ଡନରୁ ଭିଡିଓ କନଫରେନି୍ସଂ ଜରିଆରେ ଏହି ବୈଠକରେ ଭାଗ ନେଇଥିଲେ।
ସୁନୀଲ ଗାଭାସ୍କରଙ୍କ ଭଳି ପୂର୍ବତନ ମହାନ୍‌ ଖେଳାଳି ବିସିସିଆଇର କାର୍ଯ୍ୟଶୈଳିକୁ ନେଇ ପ୍ରଶ୍ନ ଉଠଇଛନ୍ତି। ବିଶ୍ୱକପ୍‌ ପୂର୍ବରୁ କେଉଁ କାରଣରୁ ଧୋନୀ ଓ ଶିଖର ଧାଓ୍ବନଙ୍କୁ ଘରୋଇ କ୍ରିକେଟରୁ ଓହରିଯିବା ଲାଗି ଅନୁମତି ଦେଇଥିଲା। ସେମାନେ ନିଜ ଇଚ୍ଛାରେ ଓହରିଯାଇଥିଲେ ନା ସେମାନଙ୍କୁ ବିସିସିଆଇ କହିଥିଲା। ପୁନଶ୍ଚ ସେମାନେ ଏ ବିଷୟରେ ଚୟନକର୍ତ୍ତାମାନଙ୍କୁ ଅବଗତ କରିଥିଲେ ନା ନାହିଁ। ଭାରତୀୟ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳି ଆଇପିଏଲର ସମସ୍ତ ଗେମ୍‌ ଖେଳିଥିଲେ। ଏମାନଙ୍କ ମଧ୍ୟରୁ ଜଣେ କେହି ହେଲେ ବିଶ୍ରାମ ନେବା କଥା ଉଠାଇ ନ ଥିଲେ।

LEAVE A REPLY

Please enter your comment!
Please enter your name here