ଏନଏଚ୍ ଉପରେ ହାଇଡ୍ରା ମାଡ଼ିଯାଇ ଯୁବକ ମୃତ,     

0
96

କେନ୍ଦୁଝର (ଆଦ୍ୟାଶା ନ୍ୟୁଜ):ଏନଏଚ୍ ୫୨୦ ବିଲେଇପଦା ସ୍ଥିତ ଟାଟା ସ୍ପଞ୍ଜ ମେଟେରିଆଲ୍ ଗେଟ୍ ନିକଟରେ ଏକ ହାଇଡ୍ରା ମାଡ଼ିଯିବା ଫଳରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି ବିରିକଳା ଗ୍ରାମର ରାଜୀବ ମହାକୁଡ଼ (୧୯) । ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଦୁର୍ଘଟଣା ଘଟାଇଥିବା ହାଇଡ୍ରା କ୍ରେନକୁ ଜବତ୍ କରି ତଦନ୍ତ ଚଳାଇଛି ।ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ପାଖାପାଖି ସାଢ଼େ ୪ଟା ୪୫ରେ ଏହି ସଡ଼କ ଦୁର୍ଘଟଣା ଘଟିଥିଲା । ଓଆର ୨୩ ଏଫ୍ ୩୭୩୭ ନମ୍ବର ହାଇଡ୍ରା କ୍ରେନଟି ଯୋଡ଼ା ପଟୁ ଏନଏଚ୍ ୫୨୦ଦେଇ ଯାଉଥିବା ସମୟରେ ରାସ୍ତା କଡ଼ରେ ଚାଲିଚାଲି ଯାଉଥିବା ରାଜୀବ ମହାକୁଡ଼ ଉପରେ ମାଡ଼ିଯାଇଥିଲା ଓ ଘଟଣାସ୍ଥଳରେହିଁ ତା’ର ଶୋଚନୀୟ ମୃତ୍ୟୁ ଘଟିଥିଲା । ପୋଲିସର ସୂଚନା ଅନୁଯାୟୀ, ରାଜୀବ ମହାକୁଡ଼ର କିଛିଟା ମୁଣ୍ଡ ଦୋଷ ଥିଲା ଓ ସେ ଅନେକ ସମୟରେ ଏଣେ ତେଣେ ଘୁରି ବୁଲୁଥିଲା ।

Coming Soon
ଆପଣଙ୍କୁ ଏହି ଖବରଟି କିପରି ଲାଗିଲା
ଆପଣଙ୍କୁ ଏହି ଖବରଟି କିପରି ଲାଗିଲା
ଆପଣଙ୍କୁ ଏହି ଖବରଟି କିପରି ଲାଗିଲା

LEAVE A REPLY

Please enter your comment!
Please enter your name here