ଉଗ୍ରସେନ ଭବନ ରୁ ସଗୁଆନ କାଠ ଜବତ ଘଟଣା ।। ବିତିଲା ସାତଦିନ , ହେଲାନି କାର୍ଯ୍ୟାନୁଷ୍ଠାନ !

0
111

ଦେବଗଡ଼ , (ରିପୋର୍ଟ ଆଲୋକ ପ୍ରସାଦ / ଆଦ୍ୟାଶା ନ୍ୟୁଜ) ଦେବଗଡ଼ ଜିଲ୍ଲା ତଳ ଭିତରିଆ ସାହିରେ ରହିଛି ଉଗ୍ରସେନ ଭବନ ବା ମାରୁଆଡି ଧର୍ମଶାଳା । ଏହି ଧର୍ମଶାଳା ସାଧାରଣ ଜନତା ଙ୍କ ସେବା ପାଇଁ ସମଗ୍ର ଓଡିଶା ରାଜ୍ୟରେ ତାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଏହି କିଛିଦିନ ପୂର୍ବେ ଉକ୍ତ ଧର୍ମଶାଳା ରୁ ଦେବଗଡ଼ ବନ ବିଭାଗ ବିପୁଳ ପରିମାଣ ର ଚୋରା ସଗୁଆନ କାଠ ଜବତ କରିଥିଲେ ବି ଆଜି ପର୍ଯ୍ୟନ୍ତ ଦୋଷୀ ବିରୁଦ୍ଧରେ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସାଧାରଣ ରେ ଦେବଗଡ଼ ବନ ବିଭାଗ ର କାର୍ଯ୍ୟ କଳାପ ପ୍ରତି ଆଙ୍ଗୁଳି ନିର୍ଦେଶ କରୁଛି । କେଉଁ ସ୍ଵାର୍ଥ ରେ ଦେବଗଡ଼ ବନ ବିଭାଗ ଦୋଷୀ ବିରୋଧ ରେ କୌଣସି ପଦକ୍ଷେପ ନେଲନାହିଁ । ଏ କଥା ମଧ୍ୟ ପ୍ରକାଶ ଥାଉ କି ଦେବଗଡ଼ ଧର୍ମଶାଳା ଏକ ପବିତ୍ର ସେବାଶ୍ରମ ହୋଇଥିଲେ ବି ଏହି ସେବାଶ୍ରମ କେତେକ ଅସାଧୁ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ପାଇଁ ଏହି ଅନୁଷ୍ଠାନ ବଦନାମ ହେବାର ନଜିର ରହିଛି । ଅତୀତରେ କିଛି ବର୍ଷତଳେ କୌଣସି ଘଟଣା କୁ ନେଇ ଉକ୍ତ ଧର୍ମଶାଳା ର ମେନେଜର ଙ୍କୁ ଅତ୍ୟନ୍ତ ନିର୍ମମ ଓ ବିଭଛ ଭାବେ ହତ୍ୟା କରାଯାଇଥିଲା । ଏ ସବୁ ଦିଗକୁ ଦୃଷ୍ଟି ଦେଲେ , ଜିଲ୍ଲା ପ୍ରଶାସନ ଏହି ଧର୍ମଶାଳା ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ସାଧାରଣ ରେ ଦାବି ହେବା ସହିତ , ଚୋରା କାଠ ଜବତ ଘଟଣା ଉପରେ , ଦେବଗଡ଼ ବନ ବିଭାଗ ଉଚିତ ପଦକ୍ଷେପ ନେବାସହିତ ଦୋଷୀ ବିରୁଦ୍ଧରେ କଡା ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

 

LEAVE A REPLY

Please enter your comment!
Please enter your name here