ଆସୁଛି ହୋଲି, ଦେବଗଡ଼ ରେ ଜମିଲାଣି ରଙ୍ଗ ବେପାର

0
97

ଦେବଗଡ଼ (ରଞ୍ଜନ ପ୍ରଧାନ /ଆଦ୍ୟାଶା ନ୍ୟୁଜ) : ଆସୁଛି ରଙ୍ଗର ପର୍ବ ହୋଲି। ଏଥିପାଇଁ ଦୋକାନରେ ଲାଗିଲାଣି ଗ୍ରାହକଙ୍କ ଭିଡ଼। ହୋଲି ଉପଲକ୍ଷେ ଦେବଗଡ଼ ର ବିଭିନ୍ନ ରଙ୍ଗ ଦୋକାନରେ ଆରମ୍ଭ ହୋଇଗଲାଣି ବ୍ୟବସାୟ। ଡିଜାଇନ୍ ପିଚକାରୀ ସହ ହର୍ବାଲ ରଙ୍ଗ ପାଲଟିଛି ଗ୍ରାହକଙ୍କ ପ୍ରଥମ ପସନ୍ଦ।ସେହିପରି ଦୋଳପୂର୍ଣ୍ଣିମା ଉପଲକ୍ଷେ ପୌରାଞ୍ଚଳର ହାତୀଶାଳସାହିର ସମଲେଶ୍ୱରୀ କ୍ଲବ, ଭୂୟାଁ ସାହି, ଦୋଳମଣ୍ଡପ ସାହି, ଶାସନ ସାହି ରାଧାକୃଷ୍ଣ ମନ୍ଦିର, ମହୁଲଢିପା ସାହି ସମେତ ଆଖପାଖ ଅଞ୍ଚଳରେ ଦୋଳଯାତ୍ରା ଜାକଜମକ ସହିତ ପାଳନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଅନ୍ୟପକ୍ଷରେ ଏହି ଉତ୍ସବ ପାଇଁ ବିଭିନ୍ନ ସ୍ଥାନରେ, ବିଭିନ୍ନ ସାହିରେ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ। ଆକର୍ଷଣୀୟ ପୁରସ୍କାର ପ୍ରତିଯୋଗୀମାନଙ୍କୁ ପ୍ରଦାନ କରାଯିବ ବୋଲି ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ସୂଚନା ଦେଇଛନ୍ତି।

 

 

LEAVE A REPLY

Please enter your comment!
Please enter your name here