ଆମ୍ବୁଲାନ୍ସ-ଟ୍ରକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଦୁଇ ଆହତ

0
106

ଦେବଗଡ଼: ଦେବଗଡ଼ରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଜିଲ୍ଲାର ପ୍ରଭାଶୁଣୀ ନିକଟରେ ଏକ ଟ୍ରକ୍ ଏହାକୁ ଧକ୍କା ଦେଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି।

ମୃତକ ହେଲେ ଆମ୍ବୁଲାନ୍ସ ଡ୍ରାଇଭର ରଞ୍ଜିତ ପ୍ରଧାନ। ଆହତମାନେ ହେଲେ ଫାର୍ମାସିଷ୍ଟ ଟିଟେନ୍ ଗଡ଼ନାୟକ ଓ ହେଲପର ରିପନ ପ୍ରଧାନ। ଆହତମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଆଜି ଭୋର ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଆମ୍ବୁଲାନ୍ସଟି ବୁର୍ଲାରେ ରୋଗୀ ଛାଡ଼ି ଫେରୁଥିବା ବେଳେ ପ୍ରଭାଶୁଣୀ ନିକଟରେ ଟ୍ରକ୍‌ ସହ ଧକ୍କା ହୋଇଥିଲା।

LEAVE A REPLY

Please enter your comment!
Please enter your name here