ଆଦ୍ୟାଶା ନ୍ୟୁଜ ର ପ୍ରଭାବ, ପଦ୍ମିନୀଙ୍କୁ ମିଳିଲା ଡାକ୍ତରୀ ସହାୟତା , ଦେବଗଡ଼ ଜିଲ୍ଲା ପାଳଙ୍କୁ କୃତଜ୍ଞତା

0
58
ଦେବଗଡ଼(ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ): ଦେବଗଡ଼ ଜିଲ୍ଲା ପୋୖରାଞ୍ଚଳ ଅନ୍ତର୍ଗତ ୧୦ ନୋ ୱାର୍ଡ ବେଂଜାତିନାଲି ସାହି ରେ ବାସ କରନ୍ତି ୧୭ ବର୍ଷୀୟା କିଶୋରୀ ପଦ୍ମିନୀ ମୁଣ୍ଡା । ପଦ୍ମିନୀ ମୁଣ୍ଡା ଙ୍କ ବାପା ମା ନ ଥିବାରୁ ଭାଇ ସାଧୁମୁଣ୍ଡା ଦିନ ମଜୁରୀ କରି ପଦ୍ମିନୀଙ୍କ ଲାଳନପାଳନ କରୁଥିଲେ । ଏଇ ଏକମାସ ରୁ ଉର୍ଦ୍ଧ୍ଵ ହେବ ପଦ୍ମିନୀ, ଅସୁସ୍ଥ ଥିଲେ, ଏବଂ ତାଙ୍କ ଚିକିତ୍ସାପାଇଁ ବୁର୍ଲା ଚିକିତ୍ସାଲୟ କୁ ତାଙ୍କ ଭାଇ ସାଧୁମୁଣ୍ଡା ନେଇକି ଯାଇଥିଲେ ଓ ଅର୍ଥ ର ଅଭାବ ଯୋଗୁଁ ତାଙ୍କର ଚିକିତ୍ସା କରେଇନପାରି ଘରକୁ ଫେରେଇଆଣିଥିଲେ । ଏ ବିଷୟରେ ଖବର ଆଦ୍ୟାଶା ନ୍ୟୁଜ ରେ ପ୍ରସାରିତ ହେବା ଫଳରେ ଦେବଗଡ଼ ଜିଲ୍ଲା ପାଳ ସୂଚନା ପାଇ ରୁରନ୍ତ ପଦ୍ମିନୀଙ୍କ ଚିକିତ୍ସାପାଇଁ ସହଯୋଗ ର ହାତ ବଢ଼େଇଥିଲେ । ପଦ୍ମିନୀଙ୍କ ପରିବାର କୁ ୧୫,୦୦୦ ଟଙ୍କା ନଗଦ ଦେବାସହିତ , ପଦ୍ମିନୀଙ୍କ ସମସ୍ତ ଡାକ୍ତରୀ ଖର୍ଚ୍ଚ ଡାକ୍ତରଖାନା ପରିସର ରୁ ଖର୍ଚ୍ଚ କରାଯିବ ବୋଲି ଦେବଗଡ଼ ଜିଲ୍ଲା ପାଳ ଶ୍ରୀ ସୁଧାଂଶୁ ମୋହନ ସାମଲ ନିର୍ଦେଶ ଦେଇଛନ୍ତି । ବର୍ତ୍ତମାନ ପଦ୍ମିନୀ ବୁର୍ଲା ଡାକ୍ତର ଖାନା ରେ ଚିକିଶ୍ଚିତ ହେଉଛନ୍ତି ଓ ତାଙ୍କୁ ବ୍ରେନ ଟି ଭି ହେଇଚି ବୋଲି ଡାକ୍ତର କହିଛନ୍ତି । ଆଉ ଏକମାସ ପାଖାପାଖି ଲାଗିଯିବ ପଦ୍ମିନୀ ସମ୍ପୂର୍ଣ୍ଣ ସୁସ୍ଥ ହେବେ ପାଇଁ ବୋଲି ବୁର୍ଲା ଡାକ୍ତର କହିଥିବା ର ସୂଚନା ପଦ୍ମିନୀଙ୍କ ଭାଇ ସାଧୁମୁଣ୍ଡା ପ୍ରକାଶ କରିଛନ୍ତି । ଏଥିପାଇଁ ସାଧୁ ଆଦ୍ୟାଶା ନ୍ୟୁଜ ପରିବାର ଓ ଜିଲ୍ଲା ପାଳ ସୁଧାଂଶୁ ମୋହନ ସାମଲ ଙ୍କୁ କୃତଜ୍ଞତା ଜଣେଇଛନ୍ତି ।

LEAVE A REPLY

Please enter your comment!
Please enter your name here