ଆଦ୍ୟାଶା ନ୍ୟୁଜ ର ପ୍ରଭାବ : ଅସହାୟ ପିଡୀତଙ୍କ ଦୁଃଖ ଶୁଣିଲା ପ୍ରଶାସନ । ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ପିଡିତା ଙ୍କୁ ଦେବଗଡ଼ ମୁଖ୍ୟଚିକତ୍ସାଳୟ ରେ ଭର୍ତି ଓ ଚିକିତ୍ସା ଆରମ୍ଭ ।

0
56
ଦେବଗଡ଼ (ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ) ଦେବଗଡ଼ ପୋୖରାଞ୍ଚଳ ଅନ୍ତର୍ଗତ ୧୦ ନୋ ୱାର୍ଡ ରେ ,ବାସ କରନ୍ତି ୧୭ ବର୍ଷିଆ କିଶୋରୀ ପଦ୍ମିନୀ ମୁଣ୍ଡା । ୭,୮ ବର୍ଷ ହେବ ପଦ୍ମିନୀଙ୍କ ବାପା ମା ଆର ପାରିକୁ ଚାଲିଯାଇଛନ୍ତି । ଏବେ ପଦ୍ମିନୀ ଙ୍କ ଦାୟିତ୍ୱ ନେଇଛନ୍ତି ତାଙ୍କ ଭାଇ ସାଧୁମୁଣ୍ଡା ଓ ଭାଉଜ । କିଶୋରୀ ପଦ୍ମିନୀ ଦୀର୍ଘ ୧୭ ରୁ କୋଡିଏ ଦିନ ହେବ ପଡିଛନ୍ତି ରୋଗ ଶଯ୍ୟା ରେ । ଭାଇ ସାଧୁ ପଦ୍ମିନୀଙ୍କ ଚିକିତ୍ସା ପାଇଁ ପ୍ରଥମେ ଦେବଗଡ଼ ଚିକିତ୍ସାଳୟ ଓ ଦେବଗଡ଼ ଚିକିତ୍ସାଳୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ବୁର୍ଲା ରେ ଗୋଟେ ସପ୍ତାହ ରୁ ଅଧିକ ରହି ଚିକିତ୍ସିତ ହେବା ପରେ , ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କିଛି ପରିବର୍ତ୍ତନ ନ ହେବା , ଓ ତାଙ୍କ ଭାଇ ସାଧୁ ମୁଣ୍ଡାଙ୍କ ପାଖରେ ଅର୍ଥର ଅଭାବ ହେବାରୁ, ବୁର୍ଲା ଡାକ୍ତର ଙ୍କ ବାରଣ ସତ୍ତ୍ୱେ ସେ ତାଙ୍କ ଭଉଣୀ ପଦ୍ମିନୀ ମୁଣ୍ଡାକୁ ଘରକୁ ଫେରେଇ ଆଣିବାରେ ବାଧ୍ୟ ହୋଇଛନ୍ତି । ଏକଥା ମଧ୍ୟ ପ୍ରକାଶ ଥାଉକି ସାଧୁ ମୁଣ୍ଡା ଜଣେ ଦିନ ମଜୁରିଆ ହୋଇଥିବାରୁ , ତାଙ୍କ ପାଖରେ ଅର୍ଥର ଘୋର ଅଭାବ ରହିଛି । ଏପଟେ ପଦ୍ମିନୀ ମୁଣ୍ଡା ଜଣେ ନୃତ୍ୟ ଶିଳ୍ପୀ ଭାବରେ ଦେବଗଡ଼ ଜିଲ୍ଲା ସହିତ ଜିଲ୍ଲା ବାହାର ର ବିଭିର୍ଣ ମଞ୍ଚରେ ନିଜ ନୃତ୍ୟ ପରିବେଷଣ କରି ପୁରସ୍କୃତ ହୋଇଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପଦ୍ମିନୀଙ୍କ ଉପରେ ଦୃଷ୍ଟି ଦେଇ ତାଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆଣିବାପାଇଁ କିଛି ସରକାରୀ ସହାୟତା ଯୋଗାଇ ଦିଅନ୍ତେ ତେବେ , ୧୭ ବର୍ଷୀୟା କିଶୋରୀ ପଦ୍ମିନୀଙ୍କ ଜୀବନ ବଞ୍ଚି ଯାଆନ୍ତା ବୋଲି ଭାଇ ସାଧୁ ମୁଣ୍ଡା ଓ ପୂର୍ବତନ କାଉନସିଲର ରାଜେଶ କୁମାର ମାଝୀ ପ୍ରକାଶ କରିଥିଲେ, ଏ ଉପରେ ଆଦ୍ୟାଶା ନ୍ୟୁଜ ରେ ଖବର ପ୍ରକାଶିତ ହେବା ସହିତ ଦେବଗଡ଼ ଜିଲ୍ଲା ପାଳ ଶ୍ରୀ ସୁଧାଂଶୁ ମୋହନ ସାମଲ ଙ୍କୁ ଟ୍ୱିଟ କରି ମଧ୍ୟ ସୂଚନା ଦିଆଯାଇଥିଲା । ଯାହାଫଳରେ ଜିଲ୍ଲା ପାଳଙ୍କ ତୁରନ୍ତ ପଦକ୍ଷେପ ଯୋଗୁଁ ଦେବଗଡ଼ ସ୍ୱାସ୍ଥ୍ୟକେନ୍ଦ୍ର ର ୧୦୮ ଆମ୍ବୁଲାନ୍ସ ଯୋଗେ , ପିଡିତା ପଦ୍ମିନୀଙ୍କ ଆସୁ ଚିକିତ୍ସା ପାଇଁ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଅଛି । ପଦ୍ମିନୀଙ୍କ ଭାଇ ସାଧୁ ମୁଣ୍ଡାଙ୍କ ସମେତ ଜିଲ୍ଲା ପାଳଙ୍କୁ ବିଭିର୍ଣ ମହଲ ରୁ ପ୍ରଶଂସା କରାଯାଉଛି ।

LEAVE A REPLY

Please enter your comment!
Please enter your name here