ଆଦ୍ୟାଶା ନିଉଜ ପ୍ରଭାବ, କେନ୍ଦୁଝର ପ୍ରଶାସନ ପକ୍ଷ ରୁ ତତ୍ପରତା

0
99

କେନ୍ଦୁଝର (ଆଦ୍ୟାଶା ନିଉଜ /ସଂଜୀବ ସାହୁ )କେନ୍ଦୁଝର ଜିଲ୍ଲା ବାଂଶପାଲ ବ୍ଲକ ଅନ୍ତର୍ଗତ କୁମୁଣ୍ଡି ପଞ୍ଚାୟତ ର ତଳଜାଗର ଗ୍ରାମ ର ବାପଚେଉଣ୍ଡ ଦିବ୍ୟାଙ୍ଗ ଅଜୁ ପ୍ରଧାନ ୫ ବର୍ଷ ରୁ ଉର୍ଦ୍ଧ ଅର୍ଦ୍ଧହାର ଏବଂ ଅସହାୟ ଭାବରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିଲେ । ଏହି ଖବର କୁ ନେଇ ଆଦ୍ୟାଶା ନିଉଜ ତରଫରୁ ୪ ତାରିଖ ଦିନ ସହାୟତା ଅପେକ୍ଷାରେ ଅସହାୟ ପରିବାର ଖବର ପ୍ରସାରିତ ହୋଇଥିଲା ।  ଏହି ଖବର ପ୍ରସାରିତ ହେବା ପରେ ପ୍ରଶାସନ ପକ୍ଷ ରୁ ତତ୍ପରତା ପ୍ରକାଶ ପାଇବା ସହିତ ବଂସପଲ ଚାଇଲ୍ଡ ଲାଇନ ଏବଂ ଦିବ୍ୟଙ୍ଗ ଙ୍କ ଥଇଥାନ ପାଇଁ କାମ କରୁଥିବା ସଦଭାବନା ଅନୁଷ୍ଠାନ ର ସେକ୍ରେଟାରୀ ଚଣ୍ଡିପ୍ରସଦ ପଟ୍ଟନାୟକ ଙ୍କ ତତ୍ତ୍ୱାବଧାନରେ  ଅଜୁ ପ୍ରଧାନ ଙ୍କୁ ଉଦ୍ଧାର କରାଯାଇ ଥଇଥାନ କରାଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ଜନସାଧାରଣ ଏବଂ ପରିବାର ପକ୍ଷରୁ ଆଦ୍ୟାଶା ନିଉଜ କୁ ଧନ୍ୟବାଦ ଦେବା ସହ ସାଧୁବାଦ ଜଣାଇଛନ୍ତି  ।

LEAVE A REPLY

Please enter your comment!
Please enter your name here