ଆଦର୍ଶ ପୋଲିସ ର ଆଦର୍ଶ ନୀତି

0
60

ଦେବଗଡ଼( ରିପୋର୍ଟ – ଆଲୋକ ପ୍ରସାଦ /ଆଦ୍ୟାଶା ନ୍ୟୁଜ ) ବୋଉଲୋ କି କହିବି କହିଲେ କୁଳ କୁଟୁମ୍ବ କୁ ଲାଜ ଭଳି ଅବସ୍ଥା ଦେଖାଦେଇଛି , ଦେବଗଡ଼ ଜିଲ୍ଲା ସଦର ମହକୁମାର ମୁଖ୍ୟ ଟ୍ରାଫିକ ଛକ ଠାରୁ ମାତ୍ର କେଇମିଟର ଦୂର ରେ ଥିବା ଟାଉନ ଥାନା କାର୍ଯ୍ୟାଳୟ ର ପଛ ପାର୍ଶ୍ଵ ରେ ନିର୍ଦ୍ୱନ୍ଦ ରେ ବଢିଚାଲିଛି ୬ ଫୁଟ ଉଚ୍ଚ ର ଗଞ୍ଜେଇ ଗଛ । ଆଶ୍ଚର୍ଯ୍ୟ ର ବିଷୟ ପୋଲିସ କାର୍ଯ୍ୟାଳୟ ପରିସର ମଧ୍ୟରେ ଗଞ୍ଜେଇ ଗଛ ଟି ଏତେବଡ଼ ହୋଇଗଲା ଅଥଚ ପୋଲିସ କେମିତି ଟେର ପାଇ ପାରିଲାନାହିଁ । ଜାଣିଶୁଣି କେହି ଜଣେ ପୋଲିସ ବାବୁ ଏ ଗଂଜେଇ ଗଛ ଟିକୁ ନିଜ ପିଲା ଭଳି ଯତ୍ନ ସହକାରେ ପାଳିଥିଲେ ବୋଲି ଏବେ ଦେବଗଡ଼ ସହର କାହିଁକି ସାରା ଜିଲ୍ଲାରେ ଚର୍ଚ୍ଚା ହେଉଛି । ଏ ପଟେ କେହି ବୁଦ୍ଧିଜୀବୀ କହୁଚନ୍ରି , ଦେବଗଡ଼ ପୋଲିସ ଅତୀତ ରେ ଏକର ଏକର ଗଞ୍ଜେଇ ଗଛ ନଷ୍ଟ କରିବାର ଗଣ ମାଧ୍ୟମ ରେ ବହୁତ ବାହବହା ନେଇଥିବ ଦୃଷ୍ଟାନ୍ତ ରହିଥିବା ବେଳେ ନିଜ କାର୍ଯ୍ୟାଳୟ ପରିସର ରେ ଏତେବଡ଼ ଗଂଜେଇ ଗଛ ହୋଇଗଲା , ତାର ସୁରାକ ପାଇଲା ନାହିଁ କିଭଳି ? ଏଣୁ ଏସବୁ ଦିଗ କୁ ପରିଲିଖିତ କଲେ ଦେବଗଡ଼ ଆଦର୍ଶ ପୋଲିସ ର ଆଦର୍ଶ ନୀତି ବୋଲି ସାରା ଦେବଗଡ଼ ଜିଲ୍ଲାରେ ହୁରି ପଡୁଛି ।

LEAVE A REPLY

Please enter your comment!
Please enter your name here