ଆଜି ବିଜେଡିରେ ମିଶିବେ ଦିଲ୍ଲୀପ ରାୟ

0
133

ଭୁବନେଶ୍ୱର (ଆଦ୍ୟାଶ| ନିଉଜ) : ଆଜି ବିଜେଡିରେ ମିଶି ପାରନ୍ତି ଦିଲ୍ଲୀପ ରାୟ। କାଲି ସନ୍ଧ୍ୟାରେ ଦିଲ୍ଲୀପ ରାୟ ନବୀନ ନିବାସ ଆସି ଆଲୋଚନା କରି ଫେରିଛନ୍ତି। ନବୀନ ନିବାସ ଆସି ଦିଲୀପ ଆଲୋଚନା କରିବା ପରେ ତାଙ୍କର ବିଜେଡିକୁ ଯିବା ଏକ ପ୍ରକାର ସ୍ପଷ୍ଟ ହୋଇଛି।

ତେବେ ଏ ନେଇ ଦିଲ୍ଲୀପ କିମ୍ବା ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ, ଗତବର୍ଷ ନଭେମ୍ବର ୧୮ ତାରିଖରେ ବିଜେପିରୁ ଇସ୍ତଫା ଦେବା ସହ ରାଉରକେଲା ବିଧାୟକ ପଦ ମଧ୍ୟ ଛାଡ଼ିଥିଲେ। ଏହାପରେ ସେ କେଉଁ ଦଳକୁ ଯିବେ ଚର୍ଚ୍ଚା ଲାଗି ରହିଥିଲା।

ତେବେ ଦିଲୀପ ନିଜ କାର୍ଡ ଖୋଲିନଥିଲେ। ବିଜେଡିର ଫାଉଣ୍ଡର ମେମ୍ବର ସେ। ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ମଧ୍ୟ ଥିଲେ। ୨୦୦୨ମସିହାରେ ତାଙ୍କୁ ବିଜେଡିରୁ ବହିସ୍କାର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here