ଆଜି ଚନ୍ଦ୍ରଗ୍ରହଣ: ଅପରାହ୍ନ ୪ଟା ୩୨ରେ ପାକତ୍ୟାଗ

0
57

ଭୁବନେଶ୍ୱର-: କେତୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ମଙ୍ଗଳବାର ଆଷାଢ଼ ପୂର୍ଣ୍ଣିମାରେ ସଂଘଟିତ ହେବ। ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ ପୁରୀକୁ ଭାରତୀୟ ସମୟ ଅନୁସାରେ- ରାତ୍ରି ୦୧ା୩୨ରେ ଗ୍ରହଣ ସ୍ପର୍ଶ, ରାତ୍ରି ୦୩ା୦୧ରେ ଗ୍ରହଣ ମଧ୍ୟ ଏବଂ ରାତ୍ରି ୦୪ା୩୦ରେ ସର୍ବମୋକ୍ଷ ହେବ। ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଅପରାହ୍ନ ୦୪ା୩୨ରୁ ପାକତ୍ୟାଗ ଓ ଦେବନୀତି ନିଷେଧ। ବାଳକ, ବୃଦ୍ଧ, ରୋଗୀ ଓ ଆତୁର ବ୍ୟକ୍ତିମାନଙ୍କ ପକ୍ଷେ ନିୟମ ଲଂଘନୀୟ। ସର୍ବମୋକ୍ଷ ପରେ ସ୍ନାନପୂର୍ବକ ଦେବନୀତି ଓ ଅନ୍ନଭୋଜନ କରାଯାଇପାରିବ। ବିଶେଷତଃ ଚତୁର୍ଥପ୍ରହରରେ ସର୍ବମୋକ୍ଷ ହେଉଥିବାରୁ ସୂର୍ଯ୍ୟୋଦୟ ପୂର୍ବରୁ ବା ପରେ ଠାକୁରମାନଙ୍କର ମହାସ୍ନାନ ଓ ଦେବନୀତି ଏବଂ ପରଦିନ ପାକକାର୍ଯ୍ୟାଦି କରିବା ବିଧିସଙ୍ଗତ। ଗ୍ରହଣଦିନଠାରୁ ସାତଦିନ ପର୍ଯ୍ୟନ୍ତ ଦୂରଯାତ୍ରା, ୧ ଦିନ ପର୍ଯ୍ୟନ୍ତ ବିବାହ ଓ ୩ ଦିନ ପର୍ଯ୍ୟନ୍ତ ବ୍ରତୋପନୟନ ନିଷେଧ।
ଏହି ଚନ୍ଦ୍ରଗ୍ରହଣ ଅରୁଣାଚଳ ପ୍ରଦେଶର ଉତ୍ତରପୂର୍ବାଞ୍ଚଳ ବ୍ୟତୀତ ଭାରତର ସର୍ବତ୍ର ଦୃଶ୍ୟ ହେବ ଏବଂ ଦୃଶ୍ୟ ହେଉଥିବା ଅଞ୍ଚଳରେ ଏହା ପାଳନୀୟ।

LEAVE A REPLY

Please enter your comment!
Please enter your name here