ଆଗକୁ ଆସୁଛି ବର୍ଷା, ସଫେଇ ହେଉନି ଡ୍ରେନ

0
59
 କେନ୍ଦୁଝର(ସଂଜୀବ ସାହୁ /ଆଦ୍ୟାଶl ନିଉଜ) :ଆଗକୁ ବର୍ଷା ଆସୁଛି। ସେଥିପାଇଁ ସମ୍ଭାବ୍ୟ ବନ୍ୟା, ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ା ସମସ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ବନ୍ୟା ମୁକାବିଲା ଓ ବନ୍ୟା ପରିସ୍ଥିତି ସଜାଗ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। କିନ୍ତୁ ଅଦ୍ୟାବଧି କେନ୍ଦୁଝର ଜିଲା ମୁଖ୍ୟାଳୟ ପୌରାଞ୍ଚଳରେ ଡ୍ରେନେଜ ଅବସ୍ଥା ଦେଖିଲେ କିପରି ପ୍ରସ୍ତୁତି ଚାଲିଛି ବେଶ ଅନୁମାନ କରିହେବ। କେନ୍ଦୁଝର ସହରରେ ପ୍ରବଳ ବର୍ଷା ହେଲେ ବିଭିନ୍ନ ସାହି ଓ ବସ୍ତିରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ଡ୍ରନେଜ ବ୍ୟବସ୍ଥା ସୃଦୃଢ ନ ଥିବାରୁ ଜଳ ନିଷ୍କାସନ ହୋଇ ନ ପାରି ରାସ୍ତା ଉପରେ ଗଡୁଥିବା ବେଳେ ଘରବାଡିରେ ପଶୁଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏପରିକି ଡ୍ରେନ ସବୁ ନିୟମିତ ସଫେଇ ହେଉନାହିଁ। କେତେକ ଡ୍ରେନ ମାସ ମାସ ଧରି ସଫେଇ ହେଉ ନ ଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। କେତେକ ଡ୍ରେନ ହୋଟେଲ ମାନଙ୍କ ମଇଳା ଆବର୍ଜନା ଓ ପାଇଖାନା ପାଣି ଛାଡି ଦେଉଥିବାରୁ ଦୁର୍ଗନ୍ଧ ହେଉଥିବା ଅଭିଯୋଗ ହେଉଛି। ବହୁ ଦୂର ପାହାଡ଼ ପର୍ବତରୁ ଆଦିବାସୀ ମାନେ ଏହି ମଇଳା ଆବର୍ଜନା ପରିବେଶରେ ରାସ୍ତାକଡ ଡ୍ରେନ ପାଖରେ ବସି ଜଙ୍ଗଲଜାତ ସାମଗ୍ରୀ ଓ ପନିପରିବା ବିକିବାକୁ ବାଧ୍ୟ ହେଉଛନ୍ତି ବୋଲି ସାମାଜିକ କର୍ମୀ ବ୍ରଜ କିଶୋର ରାୟ କହିଛନ୍ତି। ସବୁଆଡେ ପାଣି ରହି ଅସ୍ବାସ୍ଥକର ପରିବେଶ ସୃଷ୍ଟି ହେଉଛି। ଫଳରେ ରୋଗ ବ୍ୟାପିବା ଆଶଙ୍କା ରହୁଛି। ଏଣୁ ଏନେଇ ପଦକ୍ଷେପ ନେବାକୁ ଦାବି ହେଉଛି ା
Attachments area

LEAVE A REPLY

Please enter your comment!
Please enter your name here