ଆଇପିଏଲ ବେଟିଂ ୫ ଲକ୍ଷ୍ୟ ଟଂକା ଜବତ୍ ୬ ଅଟକ

0
106

ନବରଂଗପୁର(ତରୁଣ୍ କୁମାର୍ ବିଷୋୟୀ/ ଆଦ୍ୟାଶା ନ୍ୟୁଜ) ନବରଂଗପୁର ସହରରେ ଆଇପିଏଲ ବେଣ୍ଟିଗ୍ ଚାଲିଥିବା ବେଳେ ପୋଲିସ ଅତର୍କିତ ଭାବେ ଚଢ଼ାଉ କରିଛନ୍ତି। ସ୍ଥାନୀୟ ମସଜିଦ ନିକଟସ୍ଥ ଗୋଟିଏ ଦୋକାନ ଅନ୍ୟ ୩ ଟି ପ୍ରୁଥକ ସ୍ଥାନରେ ଚଢାଉ କରି ୬ ଜଣ କୁ ଥାନା ରେ ଅଟକ ରଖି ପଚରାଉଚରା କରୁଛି। ଗୋଟିଏ ଦୋକାନ ରେ ୪ ଲକ୍ଷ୍ୟ ୮୨ ହଜାର ଟଙ୍କା ଜବତ୍ କରାଯାଈଥିଵା ବେଳ ଅନ୍ୟ ୨ଜଣ ପାଖରୁ୧୪ ହଜାର ୫ଶହ ଟଙ୍କା ଜବତ୍ କରାଯାଈଛି। ସେହିପରି ଗୋଟିଏ ଖାତା ୬ ଟି ମୋବାଇଲ ଜବତ୍ କରିଛି। ତେବେ ସ୍ଥାନୀୟ ଗାନ୍ଧୀ ନଗର ରେ ମଧ୍ୟ ଚଢ଼ାଉ ହୋଇଥିଲେ ସୁଧା ପୁଲିସ କୁ ଟଂକା ମିଳିନଥିବା ସୂଚନା ମିଳିଛି। ମୋବାଇଲ ଆପ୍ ଡିମ୍-୧୧ ଜରିଆରେ ଏହି ବେଆଇନ ଜୁଆ ଖେଳ ଚାଲିଥିଲା। ମୋବାଇଲ ଚାଟିଂ କରି ଟଙ୍କା କାରବାର ପ୍ରମାଣ ପୁଲିସ୍ କୁ ମିଳିଛି। ନବରଂଗପୁର ଏସ୍ ପି ନୀତିନ କୁସଲକର ଙ୍କ ନେତ୍ରୁତ୍ଵରେ ହୋଇଥିବା ଚଢ଼ାଉ ରେ ଏସ୍ଆଇ ଦୀଲିପ୍ ପ୍ରଧାନ ଦେବଦତ ମଲ୍ଲିକ ରାଧାକାନ୍ତ ଵାରିକ୍ ନୀଳିମା ପାଣିଗ୍ରାହୀ ସସ୍ମିତା ପୂଜାରୀ ଏ ଏସ୍ ଆଇ ଖିରସିନ୍ଧୁ ସାହୁ, ଜି କେ ହାଲୁଆ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟା ରେ କର୍ମୀ ସାମିଲ୍ ଥିଲେ।

Coming Soon
ଆପଣଙ୍କୁ ଏହି ଖବରଟି କିପରି ଲାଗିଲା
ଆପଣଙ୍କୁ ଏହି ଖବରଟି କିପରି ଲାଗିଲା
ଆପଣଙ୍କୁ ଏହି ଖବରଟି କିପରି ଲାଗିଲା

 

LEAVE A REPLY

Please enter your comment!
Please enter your name here