ଆଂଶିକ ଦେବଗଡ଼ ବନ୍ଦ , ଜିଲ୍ଲାପାଳଙ୍କ ପ୍ରତି ରହିଛି ଜନ ସମର୍ଥନ

0
55

 

ଦେବଗଡ଼:(ଆଲୋକ ପ୍ରସାଦ/ଆଦ୍ୟାସା ନ୍ୟୁଜ) ଆଜି ତା ୨୪/୭ ରିଖ ସକାଳ ୬ ଘଟିକାରୁ ଆସନ୍ତା ତା ୨୫/୭ ରିଖ ସକାଳ ୬ ଘଟିକା ପର୍ଯ୍ୟନ୍ତ ଦେବଗଡ଼ ବଣିକ ସଂଘ ପକ୍ଷରୁ , ବର୍ତ୍ତମାନ ଦେବଗଡ଼ ପୌରପରିଷଦ ଓ ଜିଲ୍ଲା ପ୍ରଶାସନ ର ଡ୍ରେନ ଉପରୁ ଉଚ୍ଛେଦ କାର୍ଯ୍ୟକୁ ବିରୋଧ କରି ଦେବଗଡ଼ ଟାଉନ ବନ୍ଦ ଡାକରା ଦିଆଯାଇଥିଲା । ଏହି ଡାକରାକୁ କେହି ହାତ ଗଣତି ସ୍ୱାର୍ଥ୍ୟବାଦୀ ଗୋଷ୍ଠୀ ନିଜ ଅନ୍ତର୍ନିହିତ ସ୍ୱାର୍ଥ୍ୟ ସାଧନ ପାଇଁ ଏହି ଟାଉନ ବନ୍ଦ ଡାକରା କୁ ସମର୍ଥନ ଜଣେଇ ନିଜ ନିଜ ଦୋକାନ ବନ୍ଦ ରଖିଥିଲେ । ଅପର ପକ୍ଷରେ ଦେବଗଡ଼ ଟାଉନ ର ମୁଖ୍ୟ ଡେଲି ପରିବା ବଜାର ର ପରିବା ମାର୍କେଟ ଖୋଲା ରହିବା ସହିତ କିରଣ ହୋଟେଲ ସମେତ ଅନେକ ଛୋଟ ବଡ଼ ଦୋକାନ ଖୋଲା ଥିବା ଦେଖିବାକୁ ମିଳିଥିଲା । ଏହା ଛଡା ଏହି ବନ୍ଦ ପାଳନ ର ମୁଖ୍ୟ ସମର୍ଥକ ଭାବରେ ଥିବା ପୂର୍ବତନ ନଗରପାଳ ଶ୍ରୀ ସୁଶୀଲ କୁମାର କପର୍ଦାର ପରିବା ମାର୍କେଟ ନିକଟରେ ଥିବା ମୁଢି ମିଲ ରୁ ମୁଢି କିଣି ନେବା ସହିତ , ସବୁ କିଛି ସ୍ୱାଭାବିକ ଭାବରେ ଚାଲୁ ବୋଲିକହିଥିଲେ । ଦିନ ୧୦ ଘଟିକା ଠାରୁ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସହିତ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହିତ ବସ , ମେଜିକ ଓ ଅନ୍ୟାନ୍ୟ ଛୋଟ ମୋଟ ବଡ଼ ମୋଟର ଜାନ ସବୁ ସ୍ୱାଭାବିକ ଭାବରେ ଚାଲିଥିବା ପରିଲିଖିତ ହୋଇଥିଲା ।

ଜିଲ୍ଲା ପ୍ରଶାସନ ଓ ଦେବଗଡ଼ ପୌରପରିଷଦ ର ଡ୍ରେନ ଉପରୁ ଜବର ଦଖଲକାରୀ ଙ୍କ ଉଛେଦ ପ୍ରକ୍ରିୟା କୁ ବିଭିନ୍ନ ମହଲ ରୁ ସ୍ୱାଗତ ଓ ପ୍ରଶଂସା କରାଯିବା ସହିତ , କେତେକ ସ୍ଥାନରେ ପକ୍ଷପାତିତା କୁ ନେଇ ଜନ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଛି । ଯେଉଁ ମାନେ ରାସ୍ତା କଡ଼ର ଗରିବ ଚା ଦୋକାନୀ ବା ଜଳଖିଆ ଦୋକାନୀ ତାଙ୍କ ପାଇଁ ପରବର୍ତୀ ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭେଣ୍ଡିଙ୍ଗ ଯୋନ ତିଆରି କରାଯାଇ ଥଇଥାନ କରାଯିବା ପାଇଁ ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି । ଆଜିର ଏ ବନ୍ଦ ଡାକରା ଅଂଶିକରୁପେ ସଫଳ ହେବାସହିତ ଜିଲ୍ଲା ପାଳ ଭଲ ପଦକ୍ଷେପ ନେଇଛନ୍ତି ବୋଲି ସହରରେ ଚର୍ଚା ହେଉଛି । ସହର ମଧ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଦେବଗଡ଼ ଏସ ପି ଶ୍ରୀ ରାହୁଲ ଜୈନ ଙ୍କ ନିର୍ଦେଶ ରେ କଡା ପୋଲିସ ବାହିନୀ ମୁତୟନ କରାଯିବା ସହିତ ଏହାକୁ ଦେବଗଡ଼ ଏସ ଡି ପିଓ ଶ୍ରୀ ସୁଲେମାନ ଏକ୍କା ଓ ଓ ଆଇ ସି ଶ୍ରୀ ଜିତେନ୍ଦ୍ର କୁମାର ସାହୁ ନିଜେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ତଦାରଖ କରୁଥିଲେ ।

LEAVE A REPLY

Please enter your comment!
Please enter your name here